କରୋନା ସମୟରେ ୫.୪୮ଲକ୍ଷ ଲୋକଙ୍କୁ ମୋଟା ଅଙ୍କର ଦରମା ସହ ଚାକିରୀ ଯୋଗାଇବ ଆମେରିକୀୟ କମ୍ପାନୀ

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦/୧୦: ଆମେରିକାର ଆଇଟି କମ୍ପାନୀ ସେଲଫୋର୍ସର ଭାରତରେ ଆଗାମୀ ଦିନରେ ୫.୪୮ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ରୋଜଗାର ଦେବାର ଯୋଜନା ରହିଛି। କମ୍ପାନୀ ଅନୁସାରେ ଭାରତରେ ଜିଡିପି ମାମଲାରେ ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବାର କ୍ଷମତା ରହିଛି। ସେଲଫୋର୍ସର ମୁଖ୍ୟ ଡାଟା ଅଧିକାରୀ ରେଜ ସମ୍ମିଳନୀରେ କହିଥିଲେ ​‌ଯେ ପରୋକ୍ଷ ଭାବେ କମ୍ପାନୀ ଭାରତରେ ୧୩ଲକ୍ଷ ରୋଜଗାର ସୃଷ୍ଟି କରିବ।

ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ଭାରତର ଅର୍ଥବ୍ୟବସ୍ଥାରେ ନିୟୁତ ଡଲାର ଯୋଗଦାନ କରିବାକୁ ଯାଉଛି। ସେମାନେ ନିଜ ଗ୍ରାହକ ଏବଂ ଭାଗୀଦାରଙ୍କୁ ପରୋକ୍ଷ ଭାବେ ୧୩ଲକ୍ଷ ରୋଜଗାର ସୃଷ୍ଟି କରିବାକୁ ଯାଉଛନ୍ତି। ପ୍ରତ୍ୟେକ୍ଷ ଭାବେ ୫,୪୮,୦୦୦ଲୋକଙ୍କୁ ରୋଜଗାର ଦେବ। ସେଲଫୋର୍ସର ବଜାର ପୁଞ୍ଜୀକରଣ ପାଖାପାଖି ଆନୁମାନିକ ୨୪୦ ନିୟୁତ ଡଲାର। ସେହି ଅଧିକାରୀ ରେଜ ସମ୍ମିଳନୀରେ କହିଥିଲେ ଯେ ଆଗାମୀ ୧/୨ବର୍ଷରେ ସେମାନେ ୨,୫୦,୦୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାକୁ ପ୍ରତିବଦ୍ଧିତ ହୋଇଛନ୍ତି।

ସେ କହିଥିଲେ ଯେ ଭାରତରେ ପ୍ରତି ୩ସେକେଣ୍ଡରେ ଜଣେ ନୂଆ ବ୍ୟକ୍ତି ଇଣ୍ଟରନେଟ୍ ସହ ଯୋଡ଼ି ହୋଇଥାଏ। ଏହାର ଅର୍ଥ ଯେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଆଜି ୬୦କୋଟିରୁ ଆଗାମୀ ୫ବର୍ଷ ମଧ୍ୟରେ ସମ୍ଭବତଃ ଏକ ନିୟୁତରୁ ଅଧିକରେ ପହଞ୍ଚି ଯିବ।​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.