Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଗୋଟିଏ ଭେଣ୍ଟିଲେଟରରେ ୪ ଜଣ ରୋଗୀଙ୍କ ହେବ ଚିକିତ୍ସା, ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଛି ୩ଡି ପ୍ରିଣ୍ଟେଡ୍ ଡିଭାଇସ

28/03/2020 at 2:29 PM

ନୂଆଦିଲ୍ଲୀ, ୨୮|୦୩:  ସାରା ବିଶ୍ୱ ଏବେ କରୋନା ଆତଙ୍କ ମଧ୍ୟରେ ଗତି କରୁଛି । ଚୀନରୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ ଏବେ ସୁଦ୍ଧା ୨୩ ହଜାରରୁ ଅଧିକ ଜୀବନ ନେଲାଣି । ୫ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଅନେକ ବିକଶିତ ଦେଶରେ ମଧ୍ୟ ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଅଭାବ ପଡିଛି । ଏହି ସମସ୍ୟାକୁ ଦୂରେଇବା ପାଇଁ ପ୍ରିଜମା ହେଲଥ୍ ଏକ ନୂତନ ଜ୍ଞାନକୌଶଳରେ ନିର୍ମିତ ଭେସପର୍ ଭେଣ୍ଟିଲେଟରେ ପ୍ରସ୍ତୁତ କରିଛି । ଏହାକୁ ଏକାସଙ୍ଗେ ୪ ଜଣ ରୋଗୀ ବ୍ୟବହାର କରିପାରିବେ । ଏହାସହ ଏଥିରେ ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଭେସପରରେ ଦୁଇଟି ପାଇପ୍ ରହିଛି । ଗୋଟିଏ ପାଇପ ଭେଣ୍ଟିଲେଟରେର ଲାଗିଥିବା ବେଳେ ଅନ୍ୟଟି ରୋଗୀଙ୍କଠାରେ ଲାଗିଥାଏ । ଏକାସଙ୍ଗେ ଏହା ୪ଟି ରୋଗୀଙ୍କ ଚିକିତ୍ସା ପାଇଁ ସୁବିଧା ଯୋଗାଇଥାଏ । ରୋଗୀଙ୍କୁ ଆବଶ୍ୟକୀୟ ଅକ୍ସିଜେନ ମଧ୍ୟ ଭେସପର୍ ଯୋଗାଇଥାଏ । ଡାକ୍ତର ଶାରା ଫରିସ୍ ଏହି ଉପକରଣକୁ ପ୍ରସ୍ତୁତ କରିଛନ୍ତି । ସେ ଏହାର ଡିଜାଇନ୍ ତାଙ୍କ ଇଞ୍ଜିନିୟର ସ୍ୱାମୀଙ୍କ ସହ ସେୟାର କରିଥିଲେ । ସେ ଏହାର ୩ଡି ପ୍ରିଣ୍ଟିଂ ପ୍ରସ୍ତୁତ କରିଥିଲେ ।

ଭେସପର୍ ଇୟୁଏରୁ ଲାଇସେନ୍ସ ମିଳିସାରିଛି । ଏହାର ପରୀକ୍ଷା ମଧ୍ୟ ସଫଳ ଭାବେ ସରିଛି । ତେବେ ପରୀକ୍ଷାର ତଥ୍ୟକୁ ଆଗାମୀ ପ୍ରକ୍ରିୟା ପାଇଁ ବିନିଯୋଗ କରାଯିବ । ଏହି ଉପକରଣର ବିକାଶ ପାଇଁ ପ୍ରିଜମା ହେଲଥ୍ ଆର୍ଥିକ ସାହାଯ୍ୟ କରିଛି ।

   Related Posts