ଅଭିନନ୍ଦନ ବର୍ତ୍ତମାନଙ୍କୁ କଟାକ୍ଷ କଲେ ଆମେରିକୀୟ କମେଡିଆନ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ୟୁଜର
9/04/2020 at 11:53 AM

ଓ୍ୱାଶିଂଟନ, ୦୯|୦୪: ଆମେରିକାର ଜଣେ ହାସ୍ୟ ଅଭିନେତା ଭାରତୀୟ ବାୟୁ ସେନାର ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ କଟାକ୍ଷ କରି ଫସିଛନ୍ତି । ଭାରତୀୟ ସୋସିଆଲ ମିଡିଆ ୟୁଜର ଆମେରିକା ହାସ୍ୟ ଅଭିନେତା ଜେରେମୀ ମ୍ୟାକଲେଲାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ମ୍ୟାକଲେଲାନ ଏକ ଏଡିଟେଡ୍ ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ସହ ଅଭିନନ୍ଦନ ବର୍ତମାନ ରହିଥିଲେ । ଏହି ଫଟୋରେ ଅଭିନନ୍ଦନଙ୍କୁ ଗତ ବର୍ଷ ପାକିସ୍ତାନ ସେନା ଦେଇଥିବା ଚା କପ ଥିଲା । ଏହି ଫଟୋର କ୍ୟାପସନ ଲେଖାଯାଇଥିଲା ଯେ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ଆଇସୋଲେସନର ନିୟମକୁ ପାଳନ କରନ୍ତୁ । ଏପରି କରିବା ଦ୍ୱାରା ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖାଯାଇ ପାରିବ । କରୋନା ଭାଇରସକୁ ନେଇ ଏହି ମେସେଜ ଲେଖାଯାଇଥିଲା । ତେବେ ଏହି ଟ୍ୱିଟକୁ ଭାରତୀୟ ୟୁଜର କଡା ବିରୋଧ କରିଛନ୍ତି । ଏହାପରେ ମଧ୍ୟ ମ୍ୟାକଲେଲାନ ଭାରତୀୟ ୟୁଜରଙ୍କୁ ଟ୍ରୋଲ କରିଛନ୍ତି ।
ସେ କହିଛନ୍ତି ଯେ, କାହିଁକି ଭାରତୀୟମାନେ ତାଙ୍କୁ ଅଭିନନ୍ଦନ ଜଣେ ହିରୋ ବୋଲି ମେସେଜ କରୁଛନ୍ତି । ସେ ଏକଥା ଜାଣନ୍ତି । ତେଣୁ ସେ ଅଭିନନ୍ଦନଙ୍କୁ କପରେ ଚା’ ଦେଇଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଇଛନ୍ତି । ତେବେ ପାକିସ୍ତାନୀ ୟୁଜର ମ୍ୟାକଲିଲାନଙ୍କ ଫୋଷ୍ଟକୁ ଲାଇକ କରିବା ସହ ରିଆକ୍ସନ ଦେଇଛନ୍ତି ।