ବକ୍ସର୍ ମିକେଲା ମେୟର କରୋନା ପଜିଟିଭ୍ ଚିହ୍ନଟ, ପ୍ରତିଯୋଗିତାରୁ ବାଦ୍ ପଡିଲେ

Published By : Prameya-News7 Bureau | June 08, 2020 IST

ନ୍ୟୁୟର୍କ, ୦୮|୦୬:  ଆମେରିକାର ଲାଇଟ୍ ଓ୍ୱେଟ୍ ମୁଷ୍ଟିଯୋଦ୍ଧା ମିକେଲା ମେୟାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ୨ ଦିନ ପରେ ହେବାକୁ ଥିବା ମୁକାବିଲାରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ ।  ଏହି ମୁକାବିଲା କରୋନା ମହାମାରୀ ପରେ ଲସ୍ ଭେଗାସରେ ଆୟୋଜନ ହେବ ।

ମେୟର ରବିବାର ସୋସିଆଲ ମିଡିଆରେ କହିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ମଙ୍ଗଳବାର ଏମଜିଏଫର ଗ୍ରାଣ୍ଡ୍ ଗାର୍ଡେନରେ ହେଲେନ ଜୋସେଫଙ୍କ ସହ ମୁହାଁମୁହିଁ ହୋଇଥାନ୍ତେ । ତାଙ୍କ ଟିମ୍‌ର ଅନ୍ୟ ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେ ମୁକାବିଲା ପାଇଁ ବହୁ ଉତ୍ସାହିତ ଥିଲେ । କିନ୍ତୁ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିରାଶ ହୋଇଯାଇଛନ୍ତି ।

ସେ ଆମେରିକାର ବହୁ ପୁରୁଣା ମୁଷ୍ଟିଯୋଦ୍ଧା । ସେ ୧୨ଟି ମୁକାବିଲା ଲଡିବା ସହ ସବୁଥିରେ ବିଜୟ ହାସଲ କରିଛନ୍ତି . ଏଥିରୁ ୫ଟି ମୁକାବିଲା ସେ ନକଆଉଟରେ ଜିତିଛନ୍ତି ।  

ସୂଚନାଯୋଗ୍ୟ, ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢେଇ କରୁଛି । କରୋନା ପ୍ରଭାବରେ ବିଭିନ୍ନ ଦେଶରେ ମୋଟ ୭୦,୦୭,୯୪୮ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.