ମେକ୍ସିକୋର ଆକାଶରେ ଦେଖାଯାଇଥିବା ଅଜ୍ଞାତ ବସ୍ତୁକୁ ଠାବ କଲା ଆମେରିକା ଏୟାରଲାଇନ୍ସ

Published By : Prameya-News7 Bureau | February 25, 2021 IST

ୱାଶିଂଟନ୍‌, ୨୫/୦୨: ମେକ୍ସିକୋର ଆକାଶରେ ଗତ ରବିବାର ଦିନ ଏକ ଅଜ୍ଞାତ ବସ୍ତୁ(UFO) ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆମେରିକା ଏୟାରଲାଇନ୍ସ ଏକ ରିପୋର୍ଟ ପ୍ରକାଶ କରିଛି । ଏହାର ଜଣେ ପାଇଲଟ୍‌ ନିୟୁ ମେକ୍ସିକୋର ଆକାଶରେ ବିମାନ ଉଡ଼ାଇ ଏହାର ସନ୍ଧାନ କରିଥିଲେ ।

ଏହି ଘଟଣା ଫେବୃଆରୀ ୨୧ ତାରିଖରେ ଘଟିଥିଲା । ଆମେରିକାନ୍‌ ଏୟାର୍‌ଲାଇନ୍ସର ପ୍ଲେନ୍‌ ୨୨୯୨ ମେକ୍ସିକୋର ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରାୟ ୩୬,୦୦୦ ଫୁଟ୍‌ ଉପରେ ଏହି ବସ୍ତୁକୁ ଠାବ କରିଥିଲା । ଏହାକୁ ନେଇ ଆମେରିକାର ଏଫ୍‌ବିଆଇ ସଂସ୍ଥା ତଦନ୍ତ ଚାଲୁ ରଖିଥିଲା ଏବଂ ଶେଷରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ବେଆଇନ୍‌ ଭାବେ ସିଲିଣ୍ଡର୍‌ ଆକୃତି ଭଳି ଅଜ୍ଞାତ ବସ୍ତୁ ଆମେରିକାର ଏୟାରବସ୍ ଏ୩୨୦ ଦ୍ୱାରା ଠାବ ହୋଇଥିବା ଦର୍ଶାଯାଇଛି । ଜଣେ ପାଇଲଟ୍‌ ଏହାକୁ ନେଇ କହିଛନ୍ତି ଯେ, ଏହା ମିଶାଇଲ୍ ଭଳି ଦେଖାଯାଉଥିବା ବେଳେ ପ୍ରଥମେ ଡାହାଣକୁ ଗତି କରିଥିଲା ଏବଂ କ୍ଷାପ୍ର ବେଗରେ ଗତି କରିଥିଲା ।

ଆମେରିକାର ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି (DIA)ର ଲେଖକ ଆନ୍ଥୋନୀ ବ୍ରାଗାଲିଆଙ୍କ ଅନୁଯାୟୀ ଏହି ମାସ ଆରମ୍ଭରେ ଦେଖାଦେଇଥିବା ଅଜ୍ଞାତ ବସ୍ତୁ (UFO)ର ଦୁର୍ଘଟଣାର ଧ୍ୱଂସାବଶେଷ ବୋଲି ପେଣ୍ଟାଗନ୍‌ ସ୍ୱୀକାର କରିଛି ।

ପେଣ୍ଟାଗନ୍ ଏହା ପୂର୍ବରୁ କହିଥିଲା ଯେ ଆମେରିକାର ସାମରିକ ବିମାନ ଦ୍ୱାରା ଦେଖାଯାଇଥିବା UFO ଗୁଡ଼ିକର ଅନୁସନ୍ଧାନ ପାଇଁ ଏହା ଏକ ନୂତନ ଟାସ୍କଫୋର୍ସ ଗଠନ କରିବାକୁ ଯୋଜନା କରୁଛି । କାରଣ କେତେକ ବିଶେଷଜ୍ଞ ଦାବି କରିଛନ୍ତି ଯେ ସେଗୁଡ଼ିକ ଡ୍ରୋନ୍ ହୋଇଥାଇ ପାରନ୍ତି ।

ଗତ ବର୍ଷ ଆମେରିକାର ନୈସେନା ବିମାନ ଏବଂ ନୈସେନା ସୁରକ୍ଷା କେନ୍ଦ୍ରରୁ "ଅଜ୍ଞାତ ବିମାନ ଘଟଣା" ମଧ୍ୟରେ ଏନକାଉଣ୍ଟର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.