Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କରୋନାରେ ଥିଲେ ସଂକ୍ରମିତ, ଯାତ୍ରା ବେଳେ ବିମାନରେ ବିଗିଡିଲା ମହିଳାଙ୍କ ସ୍ଵାସ୍ଥ୍ୟ, ଚାଲିଗଲା ପ୍ରାଣ

20/10/2020 at 8:15 PM

ଓ୍ଵାଶିଂଟନ ୨୦।୧୦: ଆମେରିକାରେ ବିମାନରେ ଏରିଜୋନାରୁ ଟେକ୍ସାସ ଯାତ୍ରା କରିବା ସମୟରେ ଅଚାନକ ଜଣେ ମହିଳାଙ୍କ ସ୍ଵାସ୍ଥ୍ୟ ବିଗିଡିବା ସହ ବିମାନରେ ହିଁ ମୃତ୍ୟୁ ଘଟିଛି। ମହିଳାଙ୍କ ବୟସ କେତେ ହେବ ସ୍ପଷ୍ଟ ଜଣା ପଡିନାହିଁ। ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ ଘଟଣାର ଅନେକ ସପ୍ତାହ ପରେ ଜଣା ପଡିଛି ଯେ ମହିଳାଙ୍କ ମୃତ୍ୟୁ କରୋନା ଭାଇରସ୍‌ରେ ଘଟିଥିଲା। ବିମାନରେ ଥିବା ଯାତ୍ରାଙ୍କ ଅନୁଯାୟୀ ମହିଳାଙ୍କ ବୟସ ୩୦ ରୁ ୪୦ ହେବ। ଜୁଲାଇ ୨୫ରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

କୁହାଯାଉଛି ମହିଳା ପୂର୍ବରୁ କରୋନା ସଂକ୍ରମିତ ଥିଲେ ଏବଂ ବିମାନରେ ବସିବା ପରେ ଅଚାନକ ମହିଳାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ମହିଳା ଆମେରିକାର ଟେକ୍ସାସର ଗାରଲ୍ୟାଣ୍ଡର ବାସିନ୍ଦା ଥିଲେ। ଆମେରିକାର ଡଲାସ କାଉଣ୍ଟିର ଜଜ କ୍ଲେ ଜେନକିନ୍ସ ରବିବାର ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଅଧିକାରୀ ମୃତ୍ୟୁ ଘଟିଥିବା ଏୟାରଲାଇନର ନାମ ଜଣାଇ ନାହାନ୍ତି। କେବଳ ଏତିକି କୁହାଯାଇଛି  ଯେ, ଘଟଣା ସମୟରେ ମହିଳା ବିମାନରେ ଥିଲେ, ହେଲେ ସେତେବେଳକୁ ବିମାନ ଉଡାଣ ଭରିନଥିଲା।

   Related Posts