Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପାର୍ଟିରେ ମହିଳା କହିଲେ ‘ମତେ କିସ୍ କର’ , ମନା କରିବାରୁ ଯୁବକଙ୍କ ଉପରେ ଚଳାଇଲେ ଗୁଳି…

20/10/2021 at 2:00 PM

ୱାଶିଂଟନ୍‌ ୨୦।୧୦  :  ଆମେରିକାରୁ ଏଭଳି ଏକ ଘଟଣା ଆସିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆମେରିକାରେ, ତିନି ପିଲାଙ୍କ ମା ଜଣେ ଯୁବକଙ୍କୁ ଗୁଳି କରି ଦେଇଛନ୍ତି । ଘଟଣାଟିର କାରଣ ହେଉଛି କେବଳ କିସ୍‌ କରିବାକୁ ମନା କରି ଦେବାରୁ ଏହି ଅଭାବନୀୟ ଘଟଣା ଘଟିଛି । ପ୍ରକୃତରେ ମହିଳା ଜଣକ ଏକ ପାର୍ଟିକୁ ଯାଇଥିଲେ, ଯେଉଁଠାରେ ସେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କୁ କିସ୍‌ ଦେବାକୁ କହିଥିଲେ, ହେଲେ ବ୍ୟକ୍ତି ଜଣଙ୍କ ମନା କରିଦେବାରୁ ସେ ରାଗି ଯାଇଥିଲେ ଓ ଗୁଳି ଚଳାଇ ଥିଲେ। ଏହାକୁ ନେଇ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

ଏହି ଘଟଣାଟି ଆମେରିକାର ଇଲିନୟ ସହରରୁ ଆସିଛି। ଅଭିଯୁକ୍ତ କ୍ଲାଉଡିଆ ରେସେଣ୍ଡିଜ୍-ଫ୍ଲୋରସ୍ ତାଙ୍କର ଜଣେ ବନ୍ଧୁଙ୍କ ପାର୍ଟୀକୁ ଯାଇଥିଲେ। ସେଠାରେ କ୍ଲାଉଡିଆ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିଥିଲେ । ପରେ ସେ ବ୍ୟକ୍ତି ଜଣଙ୍କୁ କିସ୍‌ ଦେବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡକୁ କିସ୍ କରିଥିଲେ ଯେଉଁଥିପାଇଁ କ୍ଲାଉଡିଆ ରାଗି ଯାଇଥିଲେ । ତୁରନ୍ତ ପିସ୍ତଲ ବାହାର କରି ଯୁବକ ଉପରେ ଗୁଳି ଚଳାଇଥିଲେ। ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା କେହି ଜଣେ ପୋଲିସ୍‌କୁ ସୂଚନା ଦେଇଥିଲେ । ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯିବା ପୂର୍ବରୁ ପୋଲିସ ତାଙ୍କୁ କାବୁ କରି ନେଇଥିଲା । ଯୁବକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ହେଲେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେଉଁ ପିସ୍ତଲ ସହିତ ଅଭିଯୁକ୍ତ ଏହି ଅପରାଧ ଘଟାଇଥିଲା, ତାହା ମୃତ ବ୍ୟକ୍ତିଙ୍କର ଥିଲା । କିନ୍ତୁ ପୋଲିସ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି।

   Related Posts