ଚୀନ ସହ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବ ୟୁଏସ୍ ସେନା, ଆମେରିକାର ଘୋଷଣା

Published By : Prameya-News7 Bureau | July 07, 2020 IST

ନୂଆଦିଲ୍ଲୀ, ୦୭|୦୭: ଭାରତ ସହ ଚୀନର ଯୁଦ୍ଧ ହେଲେ ଆମେରିକୀୟ ସେନା ଭାରତକୁ ସମର୍ଥନ କରିବ । ଏନେଇ ସୋମବାର ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ୟେ, ଏସିଆରେ ଚୀନର ଦାଦାଗିରି ଚଳିବ ନାହିଁ । ଏହି ଅଧିକାରୀଙ୍କ ଘୋଷଣାର କିଛି ସମୟ ପରେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରିଥିଲେ । ଚୀନ ପାଇଁ ଆମେରିକା ସମେତ ବିଶ୍ୱର କ୍ଷତି ହେଉଛି ବୋଲି ସେ କହିଛନ୍ତି ।

wp:html /wp:html

ହ୍ୱାଇଟ୍ ହାଉସର ଚୀଫ୍ ଅଫ୍ ଷ୍ଟାଫ୍ ମାର୍କ ମିଡିଜ୍ କହିଛନ୍ତି ଯେ, ଚୀନକୁ ମନଇଚ୍ଛା କାମ କରିବାକୁ ଦିଆଯିବ ନାହିଁ । ଆମେରିକା ଦକ୍ଷିଣ ଚୀନ ସାଗରରେ ଦୁଇଟି ଯୁଦ୍ଧ ପୋତ ମୁତୟନ କରିବା ପରେ ଏହି ବୟାନ ସାମ୍ନାକୁ ଆସିଛି । ସେପଟେ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ପାଇଁ ଆମେରିକା ସମେତ ସମସ୍ତ ଦେଶର କ୍ଷତି ହେଉଛି । ଅର୍ଥବ୍ୟବସ୍ଥା ଭୁଶୁଡି ପଡିଛି । ଚୀନ କରୋନା ବାବଦରେ ପ୍ରଥମେ କଣ ପାଇଁ ସୂଚନା ଦେଲା ନାହିଁ ବୋଲି ସେ ପ୍ରଶ୍ନ ମଧ୍ୟ କରଛନ୍ତି ।

ମିଡିଜ୍ କହିଛନ୍ତି ଯେ, ଆମେରିକା ଦକ୍ଷିଣ ଚୀନ ସାଗରରେ ବିମାନ ବାହକ ଯୁଦ୍ଧ ଜାହାଜ ମୁତୟନ କରିଛି । ବିଶ୍ୱ ଏହେଜାଣୁ ଯେ ଆମେରିକା ପାଖରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରହିଛି । ଚୀନ ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରରେ ବିବାଦ ବଢାଉଛି । ଚୀନ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରୁଛି । ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ତାଇଓ୍ୱାନ ଆଦି ଦେଶକୁ ନିଜର ବୋଲି ଦାବି କରୁଛି । ଏହାସହ ସେ ଭାରତେ ଚୀନ ଆପ୍ ଉପରେ ଲାଗିଥିବା ବ୍ୟାନକୁ ସ୍ୱାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.