ଆମେରିକା ଚୀନ୍‌କୁ ଦେଲା ଚେତାବନୀ,ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ଜାହାଜ ମାରିଥିଲା ପଇଁତରା

Published By : Prameya-News7 Bureau | August 23, 2019 IST

 ନ୍ୟୁୟର୍କ .- ବିବାଦୀୟ  ଦକ୍ଷିଣ ଚୀନ୍‌  ସାଗରରେ ଆମେରିକା ଓ ଚୀନ୍‌ ପୁଣି ମୁହାଁ ମୁହିଁ ହୋଇଛନ୍ତି । ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ନୌସେନାର ଜାହାଜ ବିବାଦୀୟ ଅଞ୍ଚଳ ଗସ୍ତ କରିଥିବାରୁ ଆମେରିକା ଏହାର ବିରୋଧ କରିଛି । ଚୀନ୍‌, ଭିଏତ୍‌ନାମକୁ ଲାଗିଥିବା ବିବାଦୀୟ ଜଳସୀମାରେ ଚୀନ୍‌ର ଯୁଦ୍ଧ ଜାହଜ ଯୁଦ୍ଧାସ୍ତ୍ର ଓ ସୈନିକଙ୍କ ସହ ପ୍ରବେଶ କରିଥିଲା ।

ଏହି ଜଳ କ୍ଷେତ୍ରରେ  ପଣ୍ୟବାହୀ ଜାହାଜ ଚଳାଚଳ କରିଥାଏ । ଏହି ଜଳସୀମାକୁ ନେଇ ଚୀନ୍‌ ଓ ଭିଏତ୍‌ନାମ ମଧ୍ୟରେ ବିବାଦ ଲାଗିଥିଲା । ଏଠାରେ ଚୀନ୍‌ର ଏପରି ମନମୁଖୀ କାର୍ଯ୍ୟର ଆମେରିକା ସମାଲୋଚନା କରିବା ସହ ଆଗକୁ ଏପରି ନ କରିବା ପାଇଁ ଚେତାବନୀ ଦେଇଛି ।

ଆମେରିକାର ବିଦେଶ ବିବଭାଗର ପ୍ରବକ୍ତା ମାର୍ଗନ ଓର୍ଚଗୁସ୍‌ ଚୀନ୍‌କୁ ଚେତାବନୀ ଦେଇଛନ୍ତି । ସେ ଚୀନ୍‌କୁ କହିଛନ୍ତି  ପଡୋଶୀମାନଙ୍କ ସହ ଭଲ ସମ୍ପର୍କ ରଖ । ଦକ୍ଷିଣ ଚୀନ୍‌ ସାଗରରେ ସର୍ବେକ୍ଷଣ ଜାହାଜ ନାମରେ ଯୁଦ୍ଧ ଜାହାଜ ମୁତୟନ କରିବା ଅନ୍ୟ ପୋଡୋଶୀଙ୍କୁ ଉସକାଇବା ସହ ସମାନ ବୋଲି ସେ କହିଛନ୍ତି । ଚୀନ୍‌ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷାକୁ ଅଣଦେଖା କରୁଥିବା କଥା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.