Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମେକ୍ସିକୋର ବୃଦ୍ଧ ସିରିଏଲ କିଲର : ଘରୁ ଉଦ୍ଧାର ହେଲା ୩,୭୮୭ ଅସ୍ଥି ଖଣ୍ଡ, ୧୭ ଜଣଙ୍କୁ ହତ୍ୟା ସନ୍ଦେହ

13/06/2021 at 12:22 PM

ମେକ୍ସିକୋ ୧୩/୬: ମେକ୍ସିକୋ ସିଟି ଉପକଣ୍ଠରେ ଚାଞ୍ଚଲ୍ୟ । ଜଣେ ସନ୍ଦିଗ୍ଧ ହତ୍ୟାକାରୀଙ୍କ ଘରୁ ଉଦ୍ଧାର ହୋଇଛି ୩,୭୮୭ ଖଣ୍ଡ ହାଡ । ଯାହା ୧୭ ଜଣ ଭିନ୍ନ ଭିନ୍ନ ଲୋକଙ୍କର ବୋଲି ଜଣାପଡିଛି । ଘର ଖୋଳୁଖୋଳୁ ଏସବୁ ଉଦ୍ଧାର ହୋଇଥିବା କହିଛନ୍ତି ଅନୁନନ୍ଧାନ କରୁଥିବା ଟିମର ସଦସ୍ୟ । ମେ ୧୭ତାରିଖରୁ ଖନନ କାର୍ଯ୍ୟ ଚାଲିଛି । ସନ୍ଦିଗ୍ଧ ରହୁଥିବା ଘରର ଚଟାଣକୁ ଅନୁସନ୍ଧାନକାରୀମାନେ ଖୋଳିଛନ୍ତି ।

ତେବେ ଏହି ଖନନରେ ବର୍ଷ ବର୍ଷ ତଳୁ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ସମେତ ଅନ୍ୟାନ୍ୟ ଜିନିଷ ମିଳିଥିଲା । ଏହାକୁ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ହତ୍ୟାକାଣ୍ଡ ବର୍ଷ ବର୍ଷ ପୂର୍ବେ ହୋଇଛି । ଏକ ବିବୃତ୍ତିରେ କୁହାଯାଇଛି ଯେ ହାଡର ଖଣ୍ଡଗୁଡ଼ିକୁ ଅତି ନିକଟରୁ ଅଧ୍ୟୟନ କରାଯାଉଛି । ଯେଉଁଥିରେ ପ୍ରତ୍ୟେକଟିକୁ ଅତି ଯତ୍ନର ସହ ସଫା କରଯାଉଛି । ଯାହିକି ଚିହ୍ନିବାରେ ସହଜ ହେବ ଯେ, ଏହା ଶରୀରର କେଉଁ ଅଙ୍ଗ ।

ଏପର୍ଯ୍ୟନ୍ତ ମିଳିଥିବା ହାଡର ଖଣ୍ଡଗୁଡ଼ିକ ୧୭ ଜଣଙ୍କର ବୋଲି ଅନୁମାନ କରାଯାଉଛି । ୭୨ ବର୍ଷୀୟ ସନ୍ଦିଗ୍ଧଙ୍କ ପୋଲିସ ହେପାଜତରେ ନେଇ ତଦନ୍ତ କରୁଛି । ତାଙ୍କ ପରିଚୟଙ୍କୁ ସାର୍ବଜନୀନ କରାଯାଇନି, ଲୁଚାଇ ରଖାଯାଇଛି । ସେ ହତ୍ୟାକାରୀ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । ପୂର୍ବରୁ ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ହତ୍ୟା ମାମଲାରେ ଉକ୍ତ ବ୍ୟକ୍ତି କୋର୍ଟର ସମ୍ମୁଖୀନ ହୋଇଥିଲେ । ଜଣେ ପୋଲିସ କମାଣ୍ଡର ତାଙ୍କ ପତ୍ନୀ ନିଖୋଜ ହେବା ସୂଚନା ଦେବା ପରେ ଏଇ ସନ୍ଦୀଗ୍ଧଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ସନ୍ଦୀଗ୍ଧ ଜଣକ ବ୍ୟକ୍ତିଗତ ଭାବେ ପୋଲିସ କମାଣ୍ଡରଙ୍କ ପତ୍ନୀଙ୍କୁ ଜାଣିଥିଲେ ।

ସପିଂ ପାଇଁ କମାଣ୍ଡରଙ୍କ ପତ୍ନୀଙ୍କୁ ନେଇଥିଲେ । ସେଦିନ ମହିଳା ଜଣକ ଘରକୁ ଫେରି ନଥିଲେ । ଏହା ପରେ ପୋଲିସ କମାଣ୍ଡର ତାଙ୍କ ପତ୍ନୀଙ୍କ ନିଖୋଜ ଘଟଣାରେ ପୁରୁଷଙ୍କ ହାତ ଅଭିଯୋଗ କରିଥିଲେ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ସିସିଟିଭି କ୍ୟାମେରାରେ ମହିଳା ଜଣଙ୍କ ବ୍ୟକ୍ତିଙ୍କ ଘରକୁ ଯାଉଥିବାର ଦେଖାଯାଉଛି କିନ୍ତୁ ସେ ଆଉ ଫେରିନଥିଲେ । ପରେ ମହିଳାଙ୍କ ଜିନିଷପତ୍ର ସନ୍ଦିଗ୍ଧଙ୍କ ଘରୁ ଉଦ୍ଧାର କରାଯାଇଥିଲା ।

   Related Posts