ଇରାନ୍‌ର ଆଉଜଣେ ଅଧିକାରୀଙ୍କୁ ମାରିବା ପାଇଁ ଟାର୍ଗେଟ କରିଥିଲା ଆମେରିକା

Published By : Prameya-News7 Bureau | January 12, 2020 IST

ଓ୍ବାସିଂଟନ ୧୨।୦୧ : ଆମେରିକ ଟାର୍ଗେଟରେ ଇରାନର ବରିଷ୍ଠ  ଅଧିକାରୀ । ୟେମେନ୍‌ରେ ଇରାନର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଆମେରିକା ନିହତ କରିବା ଉଦ୍ୟମ ଫେଲ୍‌ ମାରିଛି  । ଡ୍ରୋନ ଜରିଆରେ ମିସାଇଲ ମାଡ କରିବା ପାଇଁ ଆମେରିକା ଯୋଜନା କରିଥିଲା ବୋଲି ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏହା ବିଫଳ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଗତ ୩ତାରିଖ ଦିନ ଆମେରିକାର ଡ୍ରୋନ ଆକ୍ରମଣରେ ଇରାନର ଶକ୍ତିଶାଳୀ କମାଣ୍ଡର କାସିମ ସୁଲେମାନୀ ନିହତ ହୋଇଥିଲେ ।

{"id":210175,"width":583,"height":295,"sizeSlug":"large"}

ସୁଲେମାନୀଙ୍କ ନିହତ ପରେ ଦୁଇ ଦେଶ ଆମେରିକା ଓ ଇରାନ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ଇରାନ ସୁଲେମାନୀଙ୍କୁ ଆମେରିକା ନିହତ କରିବାର ପ୍ରତିଶୋଧ ନେବ ବୋଲି ସର୍ବସାଧାରଣରେ ଜଣାଇଥିଲା । ତେବେ ଇରାକ୍‌ ସ୍ଥିତ ଆମେରିକା ସୈନ୍ୟ ଆଡ୍ଡା ଉପରେ ଇରାନ ମିସାଇଲ ମାଡ କରିଥିଲା ଏବଂ ୮୦ ରୁ ଅଧିକ ଆମେରିକୀୟ ସେନା ନିହତ ହୋଇଛନ୍ତି ବୋଲି ଦାବି ମଧ୍ୟ କରିଥଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଏକ ପ୍ରେସମିଟ୍‌ ଜରିଆରେ ଇରାନର ଆକ୍ରମଣରେ କୌଣସି ଆମେରିକୀୟ ସୈନ୍ୟ ଆହତ ହୋଇନାହାନ୍ତି ବୋଲି ସୂଚନା ଦେଇଥିଲେ । ଇରାନର ଆକ୍ରମଣରେ କେବଳ ସୈନ୍ୟ ଆଡ୍ଡା କିଛି ମାତ୍ରାରେ କ୍ଷତି ହୋଇଛି ବୋଲି ଜଣାଇଥିଲେ ।   

{"id":210176,"sizeSlug":"large"}

ତେବେ ୟେମେନରେ ଏୟାରଷ୍ଟ୍ରାଇକ୍‌ରେ ରକ୍ଷା ପାଇଥିବା କମାଣ୍ଡର ଜଣଙ୍କ ନାମ ଅବ୍ଦୁଲ ରଜା ସହଲାଇ।  ସେ ଇରାନର କୁଦୁସ୍‌ ଫୋର୍ସରେ ଜଣେ ଅଧିକାରୀ ଭାବେ ନିୟୋଜିତ ଅଛନ୍ତି । କୁଦୁସ୍ ଫୋର୍ସ ଇରାନର ସବୁଠାରୁ ଶକ୍ତିଶାଳୀ ସେନା ବାହିନୀ ବୋଲି ମନେ କରାଯାଏ । କାସିମ ସୁଲେମାନୀ କୁଦୁସ୍‌ ଫୋର୍ସର ନେତୃତ୍ବ ନେଉଥିଲେ । ଅବ୍ଦୁଲ ରାଜା ସେହଲାଇ ସମସ୍ତ କ୍ଷେତ୍ରରେ ସିଆ ଓ ମିଲିସିଆ ସଂଗଠନ ପାଇଁ ଅର୍ଥ ଯୋଗାଡ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ତେଣୁ ସୁଲେମାନୀଙ୍କ ପରେ ସେହଲାଇ ଆମେରିକାର ଟାର୍ଗେଟରେ ମଧ୍ୟ ରହିଛନ୍ତି । ​‌

{"id":206247,"sizeSlug":"large"}

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଉଭୟ କାସିମ ସୁଲେମାନୀ ଓ ଅବ୍ଦୁଲ ରାଜା ସେହଲାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା  ପାଇଁ ଜାନୁଆରୀ ୩ରେ ମଞ୍ଜୁରୀ ଦେଇଥିଲା । ସେହି ତାରିଖରେ ଇରାକ ବାଗଦାଦ ଏୟାରପୋରର୍ଟ ବାହାରେ କାସିମ ସୁଲେମାନୀଙ୍କୁ ମିସାଇଲ ଜରିଆରେ ନିହତ କରିଥିଲା । ତେବେ  ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କେଉଁ ତାରିଖରେ ଅବ୍ଦୁଲ ରାଜା ସହଲାଇଙ୍କ ଉପରେ ୟେମେନ୍‌ରେ  ଆକ୍ରମଣ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.