କରୋନା ମୃତ୍ୟୁକୁ ଅଟକାଇବା ଲକ୍ଷ୍ୟରେ ଆମେରିକା, ଜୁଲାଇ-ଅଗଷ୍ଟ ସୁଦ୍ଧା ସ୍ଥିତି ନିୟନ୍ତ୍ରଣ ହେବା ଟ୍ରମ୍ପଙ୍କ ଆଶା

Published By : Prameya-News7 Bureau | March 23, 2020 IST

ନ୍ୟୁୟର୍କ,୨୩।୩:   ସାରା ବିଶ୍ୱକୁ କରୋନା କବଳିତ କରି ରଖିଛି। ଏସିଆ, ୟୁରୋପୀୟ ଦେଶମାନେ ଏହି ଭାଇରସ ଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି. ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ୧୩ହଜାରରୁ ଅଧିକ ଜୀବନ ନେଲାଣି। ଆମେରିକାରେ ମଧ୍ୟ ୪୨୮ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁସଂଖ୍ୟାକୁ ରୋକାଯାଇ ପାରିବ ବୋଲି ଟ୍ରମ୍ପ ଆଶା ରଖିଛନ୍ତି।

wp:core-embed/twitter {"url":"https://twitter.com/YahooFinance/status/1239636618249723904?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239636618249723904\u0026ref_url=http%3A%2F%2Fwww.prameya.com%2Fmeasure-steps-are-being-taken-in-usa-to-control-corona-infection%2F","type":"rich","providerNameSlug":"twitter","className":""}
https://twitter.com/YahooFinance/status/1239636618249723904?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239636618249723904&ref_url=http%3A%2F%2Fwww.prameya.com%2Fmeasure-steps-are-being-taken-in-usa-to-control-corona-infection%2F
/wp:core-embed/twitter

ଚୀନ୍‌ ପରେ ଇରାନ୍‌ ଏବେ ୟୁରୋପ ଇଟାଲୀ ଓ ସ୍ପେନ୍‌ରେ କରୋନା ଯୋଗୁଁ ହାହାକାର । ଏଥିରେ ଅନେକ ଆକ୍ରାନ୍ତଙ୍କର ମୃତ୍ୟୁ ହେଲାଣି । ଆମେରିକାରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଆମେରିକାର ଅନେକ ସ୍ଥାନରେ କଟକଣା ଜାରି କରାଯାଇଛି । ଜୁଲାଇ ଅଗଷ୍ଟ ବେଳକୁ ଆମେରିକାର ଯେଉଁ ସବୁ ସାଧାରଣ ସ୍ଥାନରେ କଟକଣା ଜାରି କରାଯାଇଛି ସେହି ସ୍ଥାନ ସ୍ୱାଭାବିକ ଅବସ୍ଥାକୁ ଫେରିପାରେ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି । କଟକଣାକୁ ମାନିବା ସହ ସଫଳତାର ସହ ଏହାର ମୁକାବିଲା କଲେ ମୃତ୍ୟୁ ସଂଖ୍ୟାକୁ କମ୍‌ କରିପାରିବା ବୋଲି ଟ୍ରମ୍ପ କହିଛନ୍ତି ।

{"id":243146,"width":745,"height":419,"sizeSlug":"large"}

ଆମେରିକାରେ ବିଭିନ୍ନ ସଂକ୍ରମିତ ରୋଗର ବରିଷ୍ଠ ବିଶେଷଜ୍ଞ ଡକ୍ଟର ଆନ୍ଥୋନି ଫୈସି ଜୁଲାଇ ପର୍ଯ୍ୟନ୍ତ କୋରନା ସଂକ୍ରମିତ ହୋଇପାରେ ବୋଲି ସୂଚନା ଦେଇଛନ୍ତି । ମାତ୍ର ଏବେ ଯେଉଁ କଟକଣା ଜାରି କରାଯାଇଛି ତାହା ବେଶୀ ଦିନ ପର୍ଯ୍ୟନ୍ତ ନୁହେଁ ଏହାକୁ କୋହଳ କରାଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି ।ଏବେ ଆମେରିକାରେ ଅନେକ ସହରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ସହର ଓ ମହାନଗରରେ ବାର୍‌ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଉଛି ।

ଆମେରିକାରେ ସମସ୍ତ ପବ୍ଲିକ ସ୍କୁଲକୁ ବନ୍ଦ କରାଯାଇଛି । ଆମେରିକାରେ ୩ହଜାର ୭ଶହ ଲୋକ ଏବେ କରୋନା ପଜେଟିଭ୍‌ । କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୭୧ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ଜୁଲାଇ ବେଳକୁ ସ୍ୱାଭାବିକ ଅବସ୍ଥା ଫେରି ପାରେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.