ଆମେରିକାବାସୀଙ୍କୁ ମାଗଣାରେ ମିଳିବ କୋଭିଡ୍-୧୯ ଟିକା, ଟ୍ରମ୍ପ ପ୍ରଶାସନ କଲା ଘୋଷଣା

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: କରୋନା ଭାଇରସ ସମଗ୍ର ବିଶ୍ବ ପାଇଁ ସଙ୍କଟ ସାଜିଛି। ତେବେ ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୬,୭୮୮,୧୪୭ରେ ପହଞ୍ଚିଛି। ସେଠାରେ ୨୦୦,୧୯୭ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଣିଛନ୍ତି ଆଶ୍ବସ୍ତିକର ଖବର। ଟ୍ରମ୍ପ ପ୍ରଶାସନ କୋଭିଡ୍-୧୯ ଭାକସିନକୁ ନେଇ ବଡ଼ ଘୋଷଣା କରିଛନ୍ତି।

ସେ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗତକାଲି ଏହି ଯୋଜନା ସମ୍ପର୍କରେ କହିଥିଲେ। ଏବେ ଟ୍ରମ୍ପ ସରକାର ଏହି ଯୋଜନା ଉପରେ କାମ କରୁଛନ୍ତି। ଏହା ମାଧ୍ୟମରେ ଆମେରିକାର ସବୁ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ।ଏହାକୁ ନେଇ ବ୍ୟାପକ ଯୋଜନା ଓ ବିଶେଷ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ତେବେ କରୋନା ଭାକସିନ ସୁରକ୍ଷାକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଲୋକଙ୍କୁ ଏହା ମାଗଣାରେ ହିଁ ଦିଆଯିବ ବୋଲି କହିଛି ଟ୍ରମ୍ପ ସରକାର।

ତେବେ ସରାକର ଏ ନେଇ ୧୦ ବିଲିଅନ ଡଲାରୁ ଅଧିକ ଟଙ୍କା ନିବେଶ କରିଛନ୍ତି। ଭାକସିନ୍ ଡୋଜ ପାଇଁ ସରକାର ଟଙ୍କା ଦେବେ। ଜାନୁଆରୀ ପ୍ରାରମ୍ଭରେ ଭାକସିନ ବିତରଣ ଆରମ୍ଭ ହେବା ଆଶା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.