Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ ଟକ୍କର : ରିହାତି ପ୍ରତ୍ୟାହାର ପାଇଁ ଲକ୍ଷ୍ୟ ରଖିଛି ଆମେରିକା

5/03/2019 at 11:39 AM

ଦିଲ୍ଲୀ ୫/୩ : ବାଣିଜ୍ୟ କ୍ଷେତ୍ରରେ ଭାରତକୁ ଦିଆଯାଉଥିବା ରିହାତି ପ୍ରତ୍ୟାହାର କରିବା ଲାଗି ଆମେରିକା ଚିନ୍ତା କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ କଂଗ୍ରେସରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଜିଏସପି ବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ ପ୍ରିଫରେନ୍‌ସ ଆମେରିକାର ୧୨୦ ବିକାଶଶୀଳ ରାଷ୍ଟ୍ର ପ୍ରତି ଲାଗୁ କରିଛି । ଏଥିରେ ସେସବୁ ଦେଶରୁ ଆମଦାନୀ ହେଉଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଉପରେ କୌଣସି ଶୁଳ୍ଖ ଦେବାକୁ ପଡ଼ିନଥାଏ । ଏବଂ ଏହି ୧୨୦ ଦେଶ ମଧ୍ୟରେ ସବୁଠାରୁ ଅଧିକ ଅନୁଗ୍ରହୀତ ହୋଇଥାଏ । ଭାରତ ଆମେରିକାକୁ ୫.୬ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥାଏ। ନିକଟରେ କିଛି ବିଦେଶୀ  ମାର୍କେଟିଂ କମ୍ପାନି ପ୍ରତି ଭାରତ ତାର ବାଣିଜ୍ୟିକ ନିୟମ ପରିବର୍ତ୍ତନ କରିଥିବାରୁ ଆମାଜନ ଓ ଫ୍ଲିପ୍‌କାର୍ଟ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ମତଭେଦ ଦେଖାଦେଇଛି । ଆମେରିକା ଭାରତ ଠାରୁ ଜିଏସପି ପ୍ରତ୍ୟାହାର କରିନେବ ବୋଲି ନିଷ୍ପତ୍ତି ନେଇଛି । ତେବେ ଏହା ଦ୍ବାରା ଦୁଇଦେଶ ମଧ୍ୟରେ ବାଣିଜ୍ୟ ପ୍ରଭାବିତ ହେବ ନାହିଁ ବୋଲି ବାଣିଜ୍ୟ ସଚିବ ଅରୂପ ବର୍ଦ୍ଧମାନ କହିଛନ୍ତି।   ……

ଭାରତ-ଆମେରିକାର ବାଣିଜ୍ୟିକ ଟକ୍କର | ୬ ମାସ ମଧ୍ୟରେ ଜିଏସପି ପ୍ରତ୍ୟାହାର ପାଇଁ ଲକ୍ଷ୍ୟ ରଖିଛି ଆମେରିକା | ଜିଏସପି ଦ୍ବାରା ୧୨୦ ବିକାଶଶୀଳ ଦେଶକୁ ଆମେରିକା ସୁବିଧା ଦେଇଥାଏ | ଭାରତ ଏହାଦ୍ବାରା ସର୍ବାଧିକ ଅନୁଗୃହୀତ ହୋଇଥାଏ | ଭାରତ ପାକିସ୍ତାନକୁ ୫.୬ ବିଲିୟନ ଡଲାର ସାମଗ୍ରୀ ରପ୍ତାନୀ କରିଥାଏ | ଜିଏସପି ପ୍ରତ୍ୟାହାର ଦ୍ବାରା ଭାରତ ପ୍ରଭାବିତ ହେବନି ବୋଲି କହିଛନ୍ତି ବାଣିଜ୍ୟ ସଚିବ |

   Related Posts