ଆମେରିକା ଏବଂ ବ୍ରିଟେନ୍‌ର ଅଭିଯୋଗ, କରୋନା ପରେ ଏବେ ସାଇବର୍ ହ୍ୟାକିଂରେ ମାତିଛି ଚୀନ୍‌ !

Published By : Prameya-News7 Bureau | July 19, 2021 IST

ବେଜିଂ, ୧୯/୦୭: ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଏହାର ସହଯୋଗୀ ଦେଶ ସୋମବାର ଚୀନ୍‌ ଉପରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଚୀନ୍‌ର ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟ ବିଶ୍ୱ ସ୍ତରରେ ସାଇବର ହ୍ୟାକିଂ ଅଭିଯାନ ଚଳାଇଥିବା ଆମେରିକା କହିଛି । ବିଶେଷ ରୂପେ ଚଳିତ ବର୍ଷ ଆରମ୍ଭରେ ବେଜିଂରୁ କାମ କରୁଥିବା ହ୍ୟାକର୍‌ ମାଇକ୍ରୋସଫ୍ଟ ଉପରେ ଏକ ବଡ଼ ସାଇବର୍‌ ଆକ୍ରମଣ କରିଥିବା ଖୁଲାସା ହୋଇଛି ।

ସୋମବାର ସକାଳେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ଫ୍ୟାକ୍ଟ ସିଟ୍‌ ଅନୁସାରେ ଚୀନ୍ ପୁଣି ଏକ ବିପତ୍ତି ଛିଡ଼ା କରିଥିବା କୁହାଯାଇଛି । ଏହି ଅଭିଯୋଗରେ ଆମେରିକା ନାଟୋ, ୟୁରୋପୀୟ ୟୁନିଅନ୍, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ପକ୍ଷ ରଖିଛି ।

ଆମେରିକାର ବରିଷ୍ଠ ପ୍ରସାଶନିକ ଅଧିକାରୀ ଘୋଷଣା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ସହଯୋଗୀ ଦେଶ ପିପୁଲ୍‌ ରିପବ୍ଲିକ୍‌ ଅଫ୍‌ ଚାଇନାର ସାଇବର ପାଟର୍ଣ୍ଣର ବିବରଣୀ ତର୍ଜମା କରିବା ସହିତ ଏହାର ମୁକାବିଲା କରିବା ପାଇଁ ଆଗାମୀ ପଦକ୍ଷେପ ନେଉଛନ୍ତି ।

ଏହାକୁ ନେଇ ୱାଶିଂଟନ୍‌ରେ ଥିବା ଚୀନ୍‌ର ଦୂତାବାସ ପକ୍ଷରୁ କୌଣସି ଉତ୍ତର ରଖାଯାଇନଥିବା ଜଣାପଡ଼ିଛି । ପୂର୍ବରୁ ଚୀନ୍‌ର ଅଧିକାରୀ କହିଥିଲେ ଯେ, ଚୀନ୍‌ ମଧ୍ୟ ସାଇବର୍‌ ଆକ୍ରମଣର ଶିକାର ହେଉଛି । ସବୁ ରାଷ୍ଟ୍ର ପରି ଚୀନ୍‌ ଏହାକୁ ବିରୋଧ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.