ଆମେରିକା ଆକ୍ରମଣରେ ଅଲକାଏଦା ନେତା କାସିମ-ଅଲ୍-ରାଏମି ନିହତ, ୟେମେନରେ ଖେଳୁଥିଲା ରକ୍ତର ହୋଲି
7/02/2020 at 8:44 AM

ଓ୍ବାସିଂଟନ ୦୭।୦୨: ଆମେରିକା ଆକ୍ରମଣରେ ପୁଣି ଜଣେ କୁଖ୍ୟାତ ଆତଙ୍କବାଦୀ ସଂଗଠନର ମୁଖ୍ୟ ନିହତ । ନିହତ ଆତଙ୍କବାଦୀ ‘ଅଲ୍ କାଏଦା ଇନ୍ ଦି ଆରବିୟାନ୍ ପେନିନସୁଲା’ ବା ‘AQAP’ ନାମକ ଇସଲାମିକ୍ ସଂଗଠନର ନେତା କାସିମ୍ -ଅଲ୍ –ରାଏମି ବୋଲି ଜଣାପଡିଛି ।

ୟେମେନ୍ ରେ ଚାଲିଥିବା ଆତଙ୍କବାଦ ମୁକାବିଲା ଅଭିଯାନ ବେଳେ ‘ଅଲ୍ କାଏଦା ଇନ୍ ଦି ଆରବିୟାନ୍ ପେନିନସୁଲା’ ବା ‘AQAP’ ନାମକ ଇସଲାମିକ୍ ସଂଗଠନର ନେତା କାସିମ୍ -ଅଲ୍ -ରାଏମିକୁ ଆମେରିକା ସେନା ହତ୍ୟା କରିଥିବା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ କହିଛନ୍ତି। ଏକ ବିବୃତି ଜାରି କରି ଟ୍ରମ୍ପ୍ କହିଛନ୍ତି। ରାଏମି ନେତୃତ୍ୱରେ ‘ଏକ୍ୟୁଏପି’ ୟେମେନ୍ ରେ ସାଧାରଣ ନାଗରିକଙ୍କ ପ୍ରତି ଅନୁଚିତ ହିଂସା କରି ଆସୁଥିଲା । ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ସେନାବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରି ଅନେକ ଥର ଆକ୍ରମଣ ଲାଗି ଉସୁକାଇଥିଲା ।
ତାର ମୃତ୍ୟୁ ‘ଏକ୍ୟୁଏପି’କୁ ଏବଂ ବିଶ୍ୱବ୍ୟାପୀ ଅଲ୍ କାଏଦା ଆନ୍ଦୋଳନକୁ ଝଟକା ଦେବା ସହ ଆମ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିବା ଏହି ସଂଗଠନଗୁଡ଼ିକୁ ମୂଳପୋଛ କରିବା ଲାଗି ଆମକୁ ଅଗ୍ରସର କରାଇଛି। ତେବେ ରୈମିଙ୍କୁ କେବେ ହତ୍ୟା କରାଯାଇଛି ସେ କଥା ଟ୍ରମ୍ପ୍ କହି ନାହାନ୍ତି। ଅନ୍ୟତମ ଅଲକାଏଦା ଲିଡର ଐମ୍ୟାନ -ଅଲ- ଜାୱାହିରି ମଧ୍ୟ ଏଥିରେ ନିହତ ହୋଇଥିବା କୁହାଯାଉଛି ।