ଚୀନ ବିରୋଧରେ ଆମେରିକା ସଂସଦରେ ବିଧେୟକ ଉପସ୍ଥାପିତ, କେସ୍ କରିବେ ଟ୍ରମ୍ପ ସରକାର, ବଢିବ ଡ୍ରାଗନର ମୁସ୍କିଲ ?

Published By : Prameya-News7 Bureau | April 18, 2020 IST

ଓ୍ଵାଶିଂଟନ ୧୮।୦୪: କରୋନା ଭାଇରସ୍ ମହାମାରୀକୁ ନେଇ ଚୀନର ମୁସ୍କିଲ ବଢିପାରେ। ଆମେରିକା ପରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟ ତାଠୁ ଭାଇରସ୍‌ ନେଇ ଜବାବ ଲୋଡିଛନ୍ତି। ଏହା ମଧ୍ୟରେ ଆମେରିକା ସଂସଦରେ ଚୀନର ବିରୋଧରେ  ବିଧେୟକ ଉପସ୍ଥାପନ ହୋଇଛି।  

ଏହି ବିଧେୟକ ପାରିତ ହେବା ପରେ ଆମେରିକା ମହାମାରୀରେ ହୋଇଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ ଏବଂ ଆର୍ଥିକ କ୍ଷତିର ଭରଣା ପାଇଁ ସଙ୍ଘୀୟ ଅଦାଲତରେ ଚୀନ ବିରୋଧରେ ମୋକଦ୍ଦମା ଦାୟର କରି ପାରେ। ଏହି ବିଧେୟକୁ ଆମେରିକାର ଦୁଇଟି ଗୃହରେ ଉପସ୍ଥାପନ କରାଯାଇଛି।

{"id":256447,"width":587,"height":367,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଆମେରିକା ପୂର୍ବରୁ କହି ଆସିଛି ଯେ, ଦୁନିଆରେ କରୋନା ଭାଇରସ୍‌ ବ୍ୟାପିବାରେ ଚୀନ ଦାୟୀ। ଆମେରିକାର କଠୋର ଆଭିମୁଖ୍ୟକୁ ଦେଖି ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ୟ ଚୀନ ଉପରେ ଆକ୍ରମଣାତ୍ମକ ରଣନୀତି ଆପଣେଇଛନ୍ତି। ଦୁଇ ଦେଶ ସ୍ପଷ୍ଟ କରିଛନ୍ତି ଯେ, ବେଜିଂକୁ କରୋନା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ସେ ଉତ୍ତର ଦେବ ନାହିଁ ତେବେ ଡ୍ରାଗନ ସହିତ ସଂପର୍କ ପ୍ରଭାବିତ ହେବ।

ବ୍ରିଟେନର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଡୋମନିକ କହିଛନ୍ତି ଯେ, ଚୀନକୁ ଏହା ଜଣାଇବାକୁ ପଡିବ ଯେ, କରୋନା ଭାଇରସ୍ ମହାମାରୀରେ କେମିତି ପରିବର୍ତ୍ତିତ ହେଲା  ? ଚୀନ ଏମିତି ସ୍ଥିତିରେ ନିରବ ରହି ପାରିବ ନାହିଁ, ତାକୁ ଆମ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହି ପରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ଚୀନକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏମିତି କିଛି ଜିନିଷ ଅଛି, ଯାହା ବିଷୟରେ କାହାକୁ ମଧ୍ୟ ଜଣା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.