F-16 ବିମାନର ଅପବ୍ୟବହାର ନେଇ ପାକିସ୍ତାନକୁ ଜବାବ ମାଗିଲା ଆମେରିକା

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ୨|୩: ଭାରତୀୟ ସୀମାରେ F-16 ବିମାନର ଅପବ୍ୟବହାର ନେଇ ପାକିସ୍ତାନକୁ ଜବାବ ମାଗିଲା ଆମେରିକା । ଗତ ଫେବୂଆରୀ ୨୭ତାରିଖରେ ଭାରତୀୟ ବାୟୁ ସୀମା ଭିତରକୁ ପାକିସ୍ତାନ F-16 ବିମାନ ପଶି ଆସିଥିବା ନେଇ ଭାରତ ପ୍ରମାଣ ଦେଇଛି । ପ୍ରମାଣ ସ୍ବରୂପ ଭାରତୀୟ ସେନା ଅଧିକାରୀମାନେ ଗଣମାଧ୍ୟମରେ ଆମରାମ୍ ମିଶାଇଲର ଅଂଶ ଦେଖାଇ ସାରିଛନ୍ତି ।

ଯେଉଁ ମିଶାଇଲ କେବଳ F-16 ଫାଇଟର ବିମାନରେ ବ୍ୟବହାର କରାଯାଇଥାଏ । ଏହି F-16 ବିମାନକୁ ଭାରତୀୟ ଫାଇଟର ପ୍ଲେନ୍ ଖସାଇଦେଇଥିବା ଦାବି କରିଛି ଭାରତ । ବାଲାକୋଟ ଆତଙ୍କୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିବା ପରେ ପାକିସ୍ତାନ ପାଲଟା ଜବାବ ଦେବାକୁ ଅପଚେଷ୍ଟା କରିଥିଲା । ତେବେ ଭାରତୀୟ ସୀମା ଭିତରେ F-16 ବିମାନ ବ୍ୟବହାର ହୋଇନଥିବା ପାକିସ୍ତାନ ଦାବି କରି ସାରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.