Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଚାଇନାର ଚକ୍ରାନ୍ତ : ଭାରତ ସମେତ ଅନେକ ଦେଶକୁ ପଠାଉଛି ମାରାତ୍ମକ କେମିକାଲ ଖେଳନା, ଶିଶୁଙ୍କ ପାଇଁ ଘାତକ

22/10/2021 at 4:28 PM

ନୂଆଦିଲ୍ଲୀ ୨୨/୧୦ : ମୋତେ ଯେତେ ମାଠିବୁ ମାଠ୍…। ଚୀନ ପାଇଁ ଏହି ଉକ୍ତି ବେଶ ଦେହସୁହା ହୋଇଗଲାଣି । ନିଜ ହରକତ୍‌ ପାଇଁ ସାରା ବିଶ୍ବରେ ସମାଲୋଚିତ ହେଉଥିବା ଚୀନ ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇଛି । ଚୀନ ଟାର୍ଗେଟରେ ଏବେ ଛୋଟ ଛୋଟ ଶିଶୁ । କେମିକାଲ ଖେଳନା ମାଧ୍ୟମରେ ଏବେ ଆତଙ୍କ ସୃଷ୍ଟି କରିବାକୁ ବସିଛି ଚାଇନା । ବିଶ୍ବର ଅନେକ ଦେଶରେ ରହୁଥିବା ଛୋଟ ଶିଶୁଙ୍କୁ ନିଜ କେମିକାଲ ଖେଳନା ମାଧ୍ୟମରେ ଆକର୍ଷିତ କରି ରୋଗ ବାଣ୍ଟିବାକୁ ପ୍ଲାନ୍‌ କରୁଛି ।

କେମିକାଲ ଖେଳନା ହେଉଛି ସ୍ଲୋ ପଏଜନ ସଦୃଶ । ଯାହାକି ପିଲାମାନଙ୍କ ଶରୀରକୁ ଧିରେ ଧିରେ ଗ୍ରାସ କରିଥାଏ ଏବଂ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏ ନେଇ ଏକ ବଡ ଖୁଲାସା କରିଛି ଆମେରିକା । ଚୀନରେ ନିର୍ମିତ ଅନେକଗୁଡିଏ କେମିକାଲ ଖେଳନା ଜବତ କରିଛି ଆମେରିକା ।

भारत में विदेशी खिलौना बाजार

ସବୁ ଠାରୁ ବଡ କଥା ହେଉଛି ଯେଉଁ ଖେଳନା ଗୁଡିକ ଜବତ ହୋଇଛି ସେଗୁଡିକ ଭାରତରେ ବେଶ୍‌ ଲୋକପ୍ରିୟ । ଆମେରିକା ପକ୍ଷରୁ ଚୀନର ଯେଉଁ କେମିକାଲ ଖେଳନା ଗୁଡିକ ଜବତ ହୋଇଛି ସେଗୁଡିକ ମଧ୍ୟରେ ସୀସା, କେଡମିୟମ, ବେରିୟନ ଭଳି ମାରାତ୍ମକ ରାସାୟନିକ ପଦାର୍ଥ ମିଶିଛି ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।

ଜବତ ଖେଳନା ଗୁଡିକରେ ଦରକାର ଠାରୁ ଅଧିକ ପରିମାଣର ରାସାୟନିକ ପଦାର୍ଥ ମିଶିଛି । ଜୁଲାଇ ୧୬ ତାରିଖରେ ଲଗାତାର ଭାବେ ଏହି ଖେଳନାଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା ଆମେରିକା । ପରୀକ୍ଷାନୀରିକ୍ଷା ପରେ ସେଥିରେ ବିଷାକ୍ତ କେମିକାଲ ମିଶିଥିବା ଜଣାପଡିଥିଲା । ଏହାପରେ ଖେଳନାଗୁଡିକର ଯାଞ୍ଚ ପ୍ରକ୍ରିୟା ଆହୁରି କଠୋର କରିଥିଲା ଆମେରିକା । ଗତ କିଛି ଦିନଧରି ଏହାର ତଦନ୍ତ କରିବା ପରେ ଆମେରିକା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ଚୀନ ନିର୍ମିତ ଖେଳନା​‌ରେ ମାତ୍ରାଧିକ ରାସାୟନିକ ପଦାର୍ଥ ମିଶିଛି ।

Toy - Wikipedia

   Related Posts