Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ମାନବୀୟ କୋଷରେ କରୋନା ଭାଇରସର ପ୍ରବେଶ ରୋକିବାକୁ ରାସାୟନିକ ଯୌଗିକର ଅନୁସନ୍ଧାନ କଲେ ବୈଜ୍ଞାନିକ

9/11/2020 at 5:11 PM

ନୂଆଦିଲ୍ଲୀ ୦୯/୧୧ : ଆମେରିକାରେ ବୈଜ୍ଞାନିକ କିଛି ରାସାୟନିକ ଯୌଗିକ ସମ୍ବନ୍ଧରେ ପତା କରିଛନ୍ତି ଯାହା କରୋନା ଭାଇରସକୁ ମାନବୀୟ କୋଷରେ ପ୍ରବେଶ କରିବା ପାଇଁ ଏବଂ ନିଜ ଭଳି ଆଉ ଭାଇରସ ଜନ୍ମ କରିବା ପାଇଁ ଆବଶ୍ୟକ ଦୁଇଟି ପ୍ରୋଟିନକୁ ବାଧା ଦେବାରେ ସକ୍ଷମ। ଏହି ରାସାୟନିକ ଯୌଗିକ ସାହାଯ୍ୟରେ କୋଭିଡ-୧୯ର ପ୍ରଭାବଶାଳୀ ଟୀକା ତିଆରି କରିବାରେ ସାହାଯ୍ୟ ମିଳିପାରେ।

କୋଭିଡ-୧୯ ପାଇଁ ଦାୟୀ ସାର୍ସ-କୋଭ-୨ ଭାଇରସ ଅନେକ ଉପାୟରେ ଶରୀରରେ ହମଲା କରୁଛି। ଏହା ପ୍ରଥମେ ଫୁସଫୁସରେ ପ୍ରବେଶ କରିଥାଏ ଏବଂ ମାନବୀୟ ଶରୀର କୋଷ ତନ୍ତ୍ରରେ କବଜା କରି ନିଜ ଭଳି ଅନେକ ଭାଇରସ ସୃଷ୍ଟି କରିଥାଏ। ଏହି ଦୁଇଟି ପର୍ଯ୍ୟାୟ ସଂକ୍ରମଣର ମୁଖ୍ୟ ସ୍ରୋତ। ସାଇନ୍ସ ଆଡ଼ଭାନ୍ସ ପତ୍ରିକାରେ ପ୍ରକାଶିତ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ରାସାୟନିକ ଯୌଗିକ ମାନବ କୋଷରେ ସଂକ୍ରମଣ ପାଇଁ ଆବଶ୍ୟକ ଲାଇଜୋସୋମଲ ପ୍ରୋଟିଜ କୈଥେପସିନ ଏଲ ପ୍ରୋଟିନ ଓ କୋଷରେ ଆହୁରି ଅନେକ ଭାଇରସ ସୃଷ୍ଟି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଥିବା ମୁଖ୍ୟ ପ୍ରୋଟିଜ ‘ଏପ୍ରୋ’କୁ ବାଧା ଦେଇଥାଏ। 

ଆମେରିକା ସ୍ଥିତ ୟୁନିଭର୍ସିଟି ଅଫ ସାଉଥ ଫ୍ଲୋରିଡ଼ା ହେଲ୍ଥରେ ଥିବା ଆସୋସିଏଟ ପ୍ରଫେସର ୟୁ ଚେନ କହିଛନ୍ତି ଯେ, ଯଦି ବୈଜ୍ଞାନିକ ଏହି ଦୁଇଟି ପ୍ରକ୍ରିୟାକୁ ରୋକିବାକୁ କିମ୍ବା କାବୁ କରିବାକୁ ସକ୍ଷମ ଯୌଗିକ ବିକଶିତ କରନ୍ତି ତାହେଲେ କରୋନା ଭାଇରସ ସଂକ୍ରମଣ ଉପଚାରରେ ସାହାଯ୍ୟ ମିଳିପାରିବ।

ଏହି ଅନୁସନ୍ଧାନ କରିଥିବା ଟିମ ୟୁନିଭର୍ସିଟି ଅଫ ଏରିଜୋନାର ଗବେଷକ ମଧ୍ୟ ସାମିଲ ଅଛନ୍ତି।

   Related Posts