Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଉହାନ୍ ଆଇଓବି ଲ୍ୟାବ୍ ଗବେଷଣାକୁ ଖୋଳତାଡ କରୁଛି ଆମେରିକା

19/04/2020 at 10:56 AM

ନୂଆଦିଲ୍ଳୀ ୧୯।୦୪: ଚୀନ୍‌ର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଆତଙ୍କ ଖେଳାଇସାରିଛି । ବିଶ୍ୱର ୨୧୦ରୁ ଅଧିକ ଦେଶକୁ ମାଡି ସାରିଲାଣି କରୋନା ଭାଇରସ । ତେବେ ଚୀନ୍‌ର ଉହାନ୍ ସହର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଲ୍ୟାବ୍ କରୋନା ଭାଇରସ ଲିକ୍‌ ହୋଇଥିବା ସମ୍ପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ଖୁବଶୀଘ୍ର ଏନେଇ ଏକ ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ । ତା’ ପରେ ଚୀନ୍‌ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ରାଷ୍ଟ୍ରପତି ଟ୍ରମ୍ପ ବିଚାର କରିବେ ।

ଆମେରିକାର ଗୁଇନ୍ଦା ସଂସ୍ଥା ମନେ କରୁଛନ୍ତି କି ଉକ୍ତ ଲ୍ୟାବ୍‌ରେ ଇଂଟର୍ଣ୍ଣ ଭାବେ କାମ କରୁଥିବା ଜଣେ ଯୁବତୀ କରୋନା ଭାଇରସ ଉପରେ ପରୀକ୍ଷା ନିରୀକ୍ଷା କରୁଥିଲାବଳେ ତା’ ଦ୍ୱାରା ସଂକ୍ରମିତ ହୋଇଥିଲେ । ତା’ ପରେ ସେ ନିଜର କିଛି ସହକର୍ମୀ ଏବଂ ପରେ ଲାବ୍‌ ଠାରୁ କିଛି ଦୂରରେ ଥିବା ମାଛ ବଜାରକୁ ଯାଇ ଆଉ କିଛି ଲୋକଙ୍କୁ ସଂକ୍ରମିତ କରିଥିଲେ । ଏହିପରି ଭାବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା । ସେମାନେ କହିଛନ୍ତି ଯେ ଭାଇରସର ଜିନ୍‌ଗତ ସଂରଚନାର ବିଶ୍ଲେଷଣରୁ ତାହା ପ୍ରାକୃତିକ ବୋଲି ଜଣାପଡିଛି । ଏହା ବାଦୁଡି ଦେହରୁ ମଣିଷ ପାଖକୁ ଆସିଛି । ତେଣୁ ଚୀନ୍‌ ଏହାକୁ ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରିଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ସେମାନେ ନିଶ୍ଚିତ ହୋଇଛନ୍ତି ।

   Related Posts