ୟୁକ୍ରେନ୍‌କୁ ନେଇ ଦୁଇ ମହାଶକ୍ତି ମଧ୍ୟରେ ଘନାଉଛି ଯୁଦ୍ଧ, ଋଷ୍‌କୁ ଚେତାବନୀ ଦେଲା ଆମେରିକା

Published By : Prameya-News7 Bureau | January 20, 2022 IST

ୱାଶିଂଟନ, ୨୦/୦୧: ୟୁକ୍ରେନ୍‌କୁ ନେଇ ଆମେରିକା ଏବଂ ଋଷ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ମାମଲାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଋଷ୍‌କୁ କଡ଼ା ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି । ଋଷ୍‌ ଏଥିପାଇଁ ବହୁତ ବଡ଼ ବିପଦରେ ପଡ଼ିବ ବୋଲି ସେ କହିଛନ୍ତି । ଆମର ସାଥୀ ଏବଂ ସହଯୋଗୀ ଋଷ୍‌ ଏବଂ ଏହାର ଅର୍ଥ ବ୍ୟବସ୍ଥାକୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେବା ସହ ସେ କହିଛନ୍ତି ଯେ, ଯଦି ଋଷ୍‌ ୟୁକ୍ରେନ୍‌ର କିଛି କ୍ଷତି କରେ ତେବେ ଆମେ ଋଷ୍‌ ଉପରେ ଏମିତି ପ୍ରତିବନ୍ଧକ ଲଗାଇବୁ ଯାହାକି ଋଷ୍‌ କେବେ ଦେଖିନଥିବ ।

ହ୍ୱାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେସ୍‌ ସାକି ମଧ୍ୟ ଋଷ୍‌କୁ ଚେତାବନୀ ଦେଇ କହିଛନ୍ତି ଯେ, ଋଷ୍‌ ଯଦି ୟୁକ୍ରେନ୍‌ର ସୀମା ପାର କରେ ତେବେ ତାକୁ ଆମେରିକା ଏବଂ ଏହାର ସହଯୋଗୀଙ୍କ ଠାରୁ ଗମ୍ଭୀର ଏବଂ ଏକ୍‌ଜୁଟ୍‌ ପ୍ରତିକ୍ରିୟା ମିଳିବ । କୌଣସି ଜଣେ ମଧ୍ୟ ସୈନ୍ୟ ୟୁକ୍ରେନ୍‌ ଭିତରେ ପ୍ରବେଶ କଲେ ଆମେରିକା ଏହାର ଜବାବ ଦେବ । ରାଷ୍ଟ୍ରପତି ବାଇଡେନ୍‌ ତାଙ୍କର ଲମ୍ବା ଅନୁଭବକୁ ଆଧାର କରି ଏହା ଜାଣିଛନ୍ତି ଯେ ଋଷିଆ ସାଇବର ଆକ୍ରମଣ ଏବମ ଅର୍ଦ୍ଧ ସୈନିକ ରଣନୀତି ସହିତ କମ୍‌ ଆକ୍ରମକ । ଏହାକୁ ଆମେରିକା ଏବଂ ଏହାର ସହଯୋଗୀ ମିଳିତ ଭାବେ ପ୍ରତିହତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.