Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଆମେରିକା ସଂସଦ ସାମ୍ନାରେ ପୋଲିସ କର୍ମୀଙ୍କୁ ଧକ୍କା ଦେଲା କାର୍, ଜଣେ ମୃତ, ବିଲ୍ଡିଂକୁ କରାଗଲା ଲକଡାଉନ୍

3/04/2021 at 9:58 AM

ଓ୍ୱାଶିଂଟନ,୦୩/୦୪:  ଆମେରିକା ସଂସଦ ଭବନ ସାମ୍ନାରେ ଲାଗିଥିବା ବାରିକେଡରେ ଅଘଟଣ । ଏହି ସ୍ଥାନରେ କାର୍ ଧକ୍କାରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । କାରଟି ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେବା ଫଳରେ ଅଘଟଣ ଘଟିଥିଲା । ତେବେ ପୋଲିସ ଦ୍ୱାରା ଗୁଳି ଚାଳନାରେ କାର୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଜଣେ ପୋଲିସ ଅଧିକାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କାର୍ ଚାଳକଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଅନ୍ୟଜଣେ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । କାର୍ ଧକ୍କା ଏବଂ ଗୁଳି ଚାଳନା ମାମଲା କ୍ୟାପିଟଲ ବିଲ୍ଡିଂ ନିକ୍ଟରେ ହୋଇଛି । ଏହି ଘଟଣା ଠିକ୍ ୩ ମାସ ପୂର୍ବରୁ କ୍ୟାପିଟଲ ବିଲ୍ଡିଂ ହିଂସାକୁ ମନେ ପକାଇ ଦେଇଛି । ୩ ମାସ ପୂର୍ବରୁ ଜୋ ବାଇଡେନଙ୍କ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ ।

କ୍ୟାପିଟଲ ପୋଲିସର କହିବାନୁସାରେ, ଜଣେ ବ୍ୟକ୍ତି କାରରେ ୨ ପୋଲିସ କର୍ମୀଙ୍କୁ ଧକ୍କା ଦେଇଥିଲେ । ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୁରା ବିଲ୍ଡିଂକୁ ଲକଡାଉନ୍ କରାଯାଇଛି । ଏପରିକି କାର୍ ଚାଳକଙ୍କ ପାଖରେ ଛୁରି ଥିଲା ବୋଲି ମଧ୍ୟ ସୂଚନା ମିଳିଛି ।

   Related Posts