Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

COVID-19 : ଆମେରିକାରେ ୨୪ ଘଣ୍ଟାରେ ରେକର୍ଡ ୧୧୬୯ ଜଣଙ୍କ ମୃତ୍ୟୁ, ସାରା ବିଶ୍ବରେ ୧୦ ଲକ୍ଷ ଲୋକ ସଂକ୍ରମିତ

3/04/2020 at 10:03 AM

ନୂଆଦିଲ୍ଲୀ ୩।୪: କରୋନା ଭାଇରସ୍ ବିଶ୍ବର ୧୮୦ରୁ ଅଧିକ ଦେଶରେ ବ୍ୟାପିଛି । ଏହି ଭାଇରସ୍ ଦ୍ବାରା ସାରା ବିଶ୍ବରେ ୧୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୫୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । କେବଳ ଆମେରିକାରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ଅତିକ୍ରମ କରିଛି । ଏହାସହ ଭାରତରେ ଏହି ମୃତ୍ୟୁ ସଂଖ୍ୟା ୫୦ ଟପିଲାଣି । ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୫୦୦ ଅତିକ୍ରମ କରିସାରିଛି ।

ଆମେରିକାରେ ନ୍ୟୁୟର୍କରେ ଆଡଭାଇଜରୀ ଜାରି କରାଯାଇଛି । ଏହି ଆଡଭାଇଜରୀରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । ଆଡଭାଇଜରୀରେ କୁହାଯାଇଛି ଯେ ବାହାରକୁ ଯିବା ଏବଂ ଲୋକଙ୍କ ପାଖକୁ ଯିବା ପୂର୍ବରୁ ମୁହଁକୁ କଭର କରୁଥିବା ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ତେବେ କେବଳ ମାସ୍କ ପିନ୍ଧି କରୋନା ବିରୋଧୀ ଲଢେଇରେ ଜିତିବାକୁ ସମର୍ଥ ହୋଇପାରିବା ନାହିଁ । ଏଥିପାଇଁ ଆମକୁ ସାମାଜିକ ଦୂରତାର ମଧ୍ୟ ଧ୍ୟାନ ରଖିବାକୁ ପଡିବ ।

୫୦ ହଜାରରୁ ଅଧିକ ସଂକ୍ରମଣ ଥିବା ଦେଶ ଆମେରିକାରେ ଗୋଟିଏ ଦିନରେ ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଆମେରିକା – ୨୪୪୬୭୮
ଇଟାଲୀ – ୧୧୫୨୪୨
ସ୍ପେନ୍ – ୧୧୨୦୬୫
ଚୀନ୍ – ୮୪୭୯୪
ଜର୍ମାନୀ – ୮୨୪୩୩
ଫ୍ରାନ୍ସ – ୫୯୯୨୯
ଇରାନ – ୫୦୪୬୮

ବିଶ୍ବବ୍ୟାପୀ ଦେଶଗୁଡିକରେ ମୃତ୍ୟୁସଂଖ୍ୟା :

ଇଟାଲୀ – ୧୩୯୧୫
ସ୍ପେନ୍ – ୧୦୩୪୮
ଆମେରିକା – ୬୧୨୯
ଫ୍ରାନ୍ସ – ୫୩୮୭
ଚୀନ୍ – ୩୩୧୬
ଇରାନ – ୩୧୬୦
ବ୍ରିଟେନ – ୨୯୨୧
ନେଦରଲ୍ୟାଣ୍ଡ – ୧୩୩୯
ଜର୍ମାନୀ – ୧୧୦୭
ବେଲଜିୟମ୍ – ୧୦୧୧
ସ୍ବିଜରଲ୍ୟାଣ୍ଡ – ୫୩୬
ତୁର୍କୀ – ୩୫୬
ବ୍ରାଜିଲ୍ – ୩୨୪
ସ୍ବିଡେନ – ୩୦୮
ପର୍ତ୍ତୁଗାଲ୍ – ୨୦୯
ଦକ୍ଷିଣ କୋରିଆ – ୧୬୯
ଇଣ୍ଡୋନେସିଆ – ୧୭୦
ଅଷ୍ଟ୍ରିଆ – ୧୫୮
ଡେନମାର୍କ – ୧୨୩

୫୩ ହଜାରରୁ ଅଧିକ ମୃତ୍ୟୁ ପରେ କରୋନା ଭାଇରସ୍ ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ କବଳରେ । କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୧୦୦୭୯୭୭ ଲୋକ ସଂକ୍ରମିତ ହୋଇଛନ୍ତି । ଏଥି ସହିତ ୫୩ ହଜାରରୁ ଅଧିକ ଲୋକଙ୍କର କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇସାରିଲାଣି ।

   Related Posts