ଇରାନକୁ ପରାମାଣୁ ରାଷ୍ଟ୍ର କରିବାକୁ ଦେବୁନାହିଁ - ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

Published By : Prameya-News7 Bureau | January 08, 2020 IST

ଓ୍ବାସିଂଟନ ୦୮।୦୧: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରେସମିଟ୍ ଜରିଆରେ ଇରାନକୁ କଡା ସନ୍ଦେଶ ଦେଇଛନ୍ତି । ଆମେରିକା ଇରାନକୁ ପରାମାଣୁ ରାଷ୍ଟ୍ର କରିବାକୁ ଦେବନାହିଁ । ଇରାନର ଆକ୍ରମଣରେ କୌଣସି କୌଣସି ଆମେରୀକୀୟ ନାଗରିକଙ୍କର ମୃତ୍ୟୁ ହୋଇନାହିଁ । କିନ୍ତୁ ଇରାନ ଦାବି କରିଥିଲା ଯେ ଏହି ଆକ୍ରମଣରେ ଆମେରିକାର ୮୦ଜଣ ନିହତ ହୋଇଛନ୍ତି । ଇରାନ ଉପରେ କଠୋର ପ୍ରତିବନ୍ଧକ ଲଗାଯିବ । ଗତ ସପ୍ତାହରେ ଆମେ ଜଣେ ଆତଙ୍କୀକୁ ନିହତ କରିଛୁ। ଇରାନର ମିଜାଇଲ ଆକ୍ରମଣରେ ଆମେରିକୀୟ ସେନାବିହୀନି ବେସ୍‌ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକାର ଆକ୍ରମଣରେ ନିହତ ହୋଇଥିବା କାସିମ ସୁଲେମାନୀ ଆମେରିକାର ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା । ସୁଲେମାନୀକୁ ତ ବହୁ ପୂର୍ବରୁ ମାରିଦେବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ପ୍ରେସମିଟ୍‌ରେ କହିଛନ୍ତି । ସେହିପରି ଇରାନ ଉପରେ ଅଧିକ କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।   ରୁଷ, ଚୀନ, ଫ୍ରାନ୍ ସ ଆମେରିକାର ଅଭିଯାନକୁ ସମର୍ଥନ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.