୨୪ ଘଣ୍ଟାରେ ନରମିଲା ଟ୍ରମ୍ପ୍‌ଙ୍କ ସ୍ବର : କହିଲେ ‘ଭାରତ ନିଜ ପାଇଁ ଅଟକାଇଥିଲା ଔଷଧ ସପ୍ଲାଏ, ମୋଦି କଲେ ସାହାଯ୍ୟ’

Published By : Prameya-News7 Bureau | April 08, 2020 IST

ଓ୍ବାଶିଂଟନ୍ ୮।୪: କରୋନା ସଙ୍କଟ ସହ ସଂଗ୍ରାମ କରୁଥିବା ଆମେରିକା ପୂର୍ବରୁ ଭାରତ ନିକଟରୁ ସାହାଯ୍ୟ ମାଗିଥିଲା । ଏହି ସହାୟତା ମାଗିବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଧମକପୂର୍ଣ୍ଣ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ବର ସମ୍ପୂର୍ଣ୍ଣ ରୂପେ ନରମୀି ଯାଇଥିବା ଦେଖାଯାଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ବିଷୟରେ ଡୋନାଲ୍ଡ ଟ୍ରମ୍ପ୍ ବର୍ତ୍ତମାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏନେଇ ତାଙ୍କୁ ସାହାଯ୍ୟ କରିଛନ୍ତି, ସେ ବହୁତ ଭଲ ।

ଆମେରିକାର ନ୍ୟୁଜ୍ ଚ୍ୟାନେଲ ଫାକ୍ସ ନ୍ୟୁଜ୍ ସହିତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସଙ୍ଗରେ ଆଲୋଚନା ବେଳେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହ ହୋଇଥିବା ସମସ୍ତ ବିବାଦ ଉପରେ କହିଥିଲେ । ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଆମେ ବିଦେଶରୁ ଅନେକ ଔଷଧ ମଗାଇଛୁ, ଏହାକୁ ନେଇ ମୁଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲି କାରଣ ଭାରତରୁ ମଧ୍ୟ ଅନେକ ଔଷଧ ଆସୁଛି । ଏହି ଆଲୋଚନାରେ ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଥିଲି ଯେ ସେ ଔଷଧ ଦେବେ କି ? ସେ ବହୁତ ଭଲ ଥିଲେ । ଭାରତ ତାର ଆବଶ୍ୟକତା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ ସେମାନେ ଠିକ୍ ।

ଆମେରିକାର ରାଷ୍ଟ୍ରପତି ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଇବ ନାହିଁ, ତେବେ ଭାରତକୁ ଏହାର ଉଚିତ୍ ଜବାଜ ଦିଆଯିବ । ଏହାପରେ ଭାରତରେ ଏହି ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ବିରୋଧୀ ଦଳମାନେ ଆମେରିକାର ଚାପରେ କାମ ନକରିବାକୁ ସରକାରଙ୍କୁ କହିଥିଲେ । ଏହି ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଅନେକ ଲୋକ ଏହା ଉପରେ ଅନେକ କିଛି କହୁଛନ୍ତି, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି । କାରଣ ଏଠାରେ ଲୋକଙ୍କ ଜୀବନ ରକ୍ଷା କରିବାର ବିଷୟ ।

ସୂଚନାଯୋଗ୍ୟ ଯେ, ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତିକୁ ନେଇ ବିବାଦ ଉଠିଥିଲା, ସେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉତ୍ତର ଦେଇଥିଲା ଯେ, ଆମ ଦେଶରେ ବହୁତ ଷ୍ଟକ୍ ରଖିବା ଆମର ପ୍ରାଥମିକତା, କିନ୍ତୁ ଏହାପରେ ଯେଉଁ ଦେଶରେ କରୋନା ଭାଇରସ୍ ସବୁଠାରୁ ମାରାତ୍ମକ ହୋଇସାରିଛି, ସେହି ଦେଶଗୁଡିକୁ ଚିହ୍ନଟ କରି ସେହିସବୁ ଦେଶକୁ ପଠାଇ ଦିଆଯିବ । ଏହାପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିଲେ ଯେ, ରାଜ୍ୟର ତିନୋଟି କମ୍ପାନୀ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ଯୋଗାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.