Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କାହାକୁ ଦିଆଯିବ ଭ୍ୟାକ୍‌ସିନ୍‌, ଲିଷ୍ଟ ଜାରି କଲା ଆମେରିକା, ଜାଣନ୍ତୁ କେଉଁ ଦେଶକୁ କେତେ ଭ୍ୟାକ୍‌ସିନ

3/06/2021 at 10:31 PM

ନୂଆଦିଲ୍ଲୀ, ୦୩/୦୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବ ମାସରେ ଘୋଷଣା କରିଥିଲେ ଯେ, ଆମେରିକା ୬ ସପ୍ତାହ ମଧ୍ୟରେ ଦୁଇ କୋଟିରୁ ଅଧିକ କୋଭିଡ୍‌-୧୯ ଡୋଜ୍‌ ଟିକା ସାରା ବିଶ୍ୱକୁ ପ୍ରଦାନ କରିବ । ଏହି ଘୋଷଣାର ଫଳସ୍ୱରୁପ ଆମେରିକା ରାଷ୍ଟ୍ରପତି ଗୁରୁବାର ଭ୍ୟାକ୍‌ସିନ୍‌ ବଣ୍ଟନ ନେଇ ବିବରଣୀ ପ୍ରଦାନ କରିଛନ୍ତି ।

ବିବରଣୀ ମୁତାବକ, ଏହି ଭ୍ୟାକ୍‌ସିନର ୬୦ ଲକ୍ଷରୁ ଅଧିକ ଡୋଜ୍‌ ଯେଉଁ ଦେଶଗୁଡ଼ିକରେ ଅଧିକ ସଂକ୍ରମଣ ହୋଇଛି ଏବଂ ସେମାନେ କରୋନା ସ୍ଥିତିରେ ଚିନ୍ତିତ ସେମାନଙ୍କୁ ଦିଆଯିବ । ଏହାରି ମଧ୍ୟରେ କାନାଡ଼ା, ଭାରତ, ମେକ୍ସିକୋ ଏବଂ ରିପ୍ଲବିକ୍‌ ଅଫ୍‌ କୋରିଆ ଭଳି ଦେଶ ମାନେ ସାମିଲ୍‌ ଅଛନ୍ତି । ବାକି ବଳକା ଭ୍ୟାକ୍ସିନ ଅନ୍ୟ ଦେଶମାନଙ୍କୁ ଦିଆଯିବ ।

ଜୋ ବାଇଡେନ୍‌ ଏହାର ସୂଚନା ଦେଇ କହିଛନ୍ତି ଯେ, ଆମେରିକା ବିଶ୍ୱ ସମୁଦାୟକୁ ୮ କୋଟି ଭ୍ୟାକ୍‌ସିନ୍‌ ଦେବ । ଏଥିରୁ ୧ କୋଟି ୯୦ଲକ୍ଷ ଡୋଜ୍‌ କୋବାକ୍ସ ସଂଗଠନକୁ ଦିଆଯିବ । ଯେଉଁଥିରେ ୬୦ ଲକ୍ଷ ଡୋଜ୍‌ ଲାଟିନ୍‌ ଆମେରିକା ଦେଶ ଗୁଡ଼ିକ ପାଇଁ ରହିବ । ଏହାଛଡ଼ା ୭୦ ଲକ୍ଷ ଭ୍ୟାକ୍‌ସିନ୍‌ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର ଦେଶ ଗୁଡ଼ିକୁ ଦିଆଯିବ । ୫୦ ଲକ୍ଷ ଡୋଜ୍‌ ଆଫ୍ରିକୀୟ ଦେଶ ଗୁଡ଼ିକୁ ଦିଆଯିବ ।   

   Related Posts