ମିଆଁମାର ସଙ୍କଟକୁ ନେଇ ଆମେରିକାର ଚେତାବନୀ, ବାଇଡେନ୍‌ କହିଲେ...

Published By : Prameya-News7 Bureau | February 02, 2021 IST

ନୂଆଦିଲ୍ଲୀ,୦୨୦/୨: ମିଆଁମାରରେ ସେନା ଦ୍ୱାରା ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଏବଂ ଲୋକତନ୍ତ୍ର ପ୍ରତି ବଢ଼ୁଥିବା ବିପଦକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ଏନେଇ ମିଆଁମାର ଉପରେ ନୂଆ ପ୍ରତିବନ୍ଧକ ଲାଗାଇବା ପାଇଁ ବାଇଡେନ୍‌ ଚେତାବନୀ ଦେଇଛନ୍ତି । କ୍ଷମତାରେ ଥିବା ସରକାରଙ୍କ ମୁଖ୍ୟ ନେତା ଆଙ୍ଗ୍‌ ସାନ ସୁ କିଙ୍କ ସେମେତ ଦେଶର ବଡ଼ ବଡ଼ ନେତାଙ୍କୁ ସେମବାର ସେନା ନିଜ ହେପାଜତକୁ ନେଇଥିଲା । ଯାହାକୁ ନେଇ ଆମେରିକା ପ୍ରଶାସନ ଆଲୋଚନା କରିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, କିଛିଦିନ ହେବ ମିଆଁମାର ଶାସନରେ ଥିବା ସରକାର ଏବଂ ସେନା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଗତକାଲି ମିଆଁମାରର ସବୁଠାରୁ ବଡ଼ ନେତା ଆଙ୍ଗ୍‌ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍‌ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ସାକଳୁ ସକାଳୁ ରେଡ୍‌ କରି ସେନା ନିଜ ହେପାଜତକୁ ନିଆଯାଇଥିଲା । ଶାସନରେ ଥିବା ପାର୍ଟି ନାଶ୍‌ନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରାସିର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଥିଲେ । ତାଙ୍କ ଅନୁସାରେ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ବଢ଼ି ଚାଲିଥିବା ତିକ୍ତତାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାକି ନିର୍ବାଚନ ପରେ ଆରମ୍ଭ ହୋଇଯାଇଥିଲା ।

୧୦ ବର୍ଷ ପୂର୍ବରୁ ମିଆଁମାରରେ ସେନା ଶାସନ କରୁଥିଲା । ପାଖାପାଖି ୫୦ ବର୍ଷ ଧରି ସେଠାରେ ସୈନିକ ଶାସନ ଚାଲୁଥିବାରୁ ମିଆଁମାରରେ ବର୍ତ୍ତମାନ ଲେକତନ୍ତ୍ରର ସ୍ଥାପନା କରିବାରେ ବହୁ ବାଧା ଉପୁଜୁଛି ।

ଗତ ନଭେମ୍ବରରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ​​ଶାସକ ଏନଏଲଡି ଅନିୟମିତିତା କରିଥିବା ଅଭିଯୋଗ ହୋଇଥିଲା। ଏହି ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା, କିନ୍ତୁ ସେହି ଦିନଠାରୁ ଏହାର ବିଜୟରେ ସନ୍ଦେହ ଦେଖାଦେଇଥିଲା। ମିଆଁମାରର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ସୋମବାର ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ଏହାପୂର୍ବରୁ ସେନା ବଡ଼ ନେତାମାନଙ୍କୁ ଗିରଫ କରିଥିବା ଜଣା ପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.