Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ଅଭିଭାଷଣ କାଗଜକୁ ଚିରି ଦେଲେ ବାଚସ୍ପତି, ଭିଡିଓ ଭାଇରାଲ

5/02/2020 at 8:31 PM

ଓ୍ୱାଶିଂଟନ: ରାଷ୍ଟ୍ରପତିଙ୍କ ଅଭିଭାଷଣ କାଗଜକୁ ଚିରି ଦେଲେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି। ନାନ୍ସି ପେଲୋସି ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ।ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନଥିଲେ। ପରେ ବାଚସ୍ପତିଙ୍କୁ ଗଣମାଧ୍ୟମ ପ୍ରତିନିଧି କାଗଜ ଚିରିବା ନେଇ ପ୍ରତିକ୍ରିୟା ମାଗିଥିଲେ। ବାଚସ୍ପତି କହିଥିଲେ, ଟ୍ରମ୍ପଙ୍କ ଅଭିଭାଷଣ ଖରାପ ଥିଲା। ତାହାର ପ୍ରତିକ୍ରିୟା ଦେବାକୁ ଏହା ହିଁ ଉଚିତ ବିକଳ୍ପ ଥିଲା ବୋଲି ବାଚସ୍ପତି କହିଥିଲେ।

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ତିନି ବର୍ଷ କାର୍ଯ୍ୟକାଳ ବାବଦରେ ‘ଷ୍ଟେଟ ଅଫ ଦ ୟୁନିୟନ ଆଡ୍ରେସ’ ବାବଦରେ ସମ୍ୱୋଧନ କରିବାକୁ ଯାଇ କହିଥିଲେ, ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ବେଳେ ଆମେରିକାର ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିଛି। ଯାହାକି କେବେ ଆମେରିକାବାସୀ କଳ୍ପନା କରିନଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ବିଜୟୀ ହେବା ପାଇଁ ସଂସଦର ଦୁଇଟି ସଦନକୁ ଉଦବୋଧନ ଦେବାକୁ ଯାଇ ଟ୍ରମ୍ପ କହିଥିଲେ। ଆମେରିକାକୁ ମଜବୁତ ଏବଂ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିବା ପାଇଁ ସମୟ ଆସିଛି।

   Related Posts