ଚେତିଲେ ଟ୍ରମ୍ପ, ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

Published By : Prameya-News7 Bureau | July 12, 2020 IST

ନ୍ୟୁୟର୍କ, ୧୨|୦୭:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେଯାଏଁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କରୋନା ଆତଙ୍କ ପରେ ମଧ୍ୟ ସେ ପ୍ରଥମ ଥର ପାଇଁ ଶନିବାର ସାର୍ବଜନିକ ଭାବେ ମାସ୍କ ପରିଧାନ କରିଛନ୍ତି । ଆମେରିକାରେ ଏବେସୁଦ୍ଧା କରୋନାରେ ୩୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମାନିଛନ୍ତି ।

ଟ୍ରମ୍ପ ଶନିବାର ବୋଲ୍ଟର ରିଡ୍ ନ୍ୟାଶନାଲ ମିଲଟାରୀ ମେଡିକାଲ ସେଣ୍ଟରକୁ କରୋନା ଆକ୍ରାନ୍ତଙ୍କ ହାଲଚାଲ୍ ପଚାରିବାକୁ ଯାଇଥିଲେ । ଏହି ହସ୍ପିଟାଲ ଓ୍ୱାଶିଂଟନ ଉପନଗରରେ ରହିଛି । ସେହି ସମୟରେ ସେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାସହ ସାମ୍ବାଦିକଙ୍କୁ ମଧ୍ୟ ହସ୍ପିଟାଲକୁ ଆସିଲେ ମାସ୍କ ପରିଧାନ କରିବା ଉଚିତ ବୋଲି ସେ କହିଥିଲେ ।

ଆମେରିକା ରାଷ୍ଟ୍ରପତି ହସ୍ପିଟାଲରେ ପହଁଚିବା ପରେ ତୁରନ୍ତ ମାସ୍କ ପିନ୍ଧିଥିଲେ । ତେବେ ସେ ହେଲିକପ୍ଟରରୁ ଓ୍ୱେଲଟର୍ ରୀଡ୍ ପହଁଚିବା ପରେ ମାସ୍କ ପିନ୍ଧିନଥିଲେ । କରୋନା ମହାମାରୀ ସମୟରୁ ଏବେସୁଦ୍ଧା ଟ୍ରମ୍ପ ସବୁଠାରୁ ବିଳମ୍ବରେ ମାସ୍କ ପିନ୍ଧିଥିବାଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.