Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କରୋନା ସଙ୍କଟ ବେଳେ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି : ଆମେରିକାରେ ଅନ୍ୟ ଦେଶର ଲୋକଙ୍କ ରହିବା ଉପରେ ଲାଗିଲା ରୋକ୍

21/04/2020 at 10:25 AM

ଓ୍ବାଶିଂଟନ୍ ୨୧।୪: କରୋନା ଭାଇରସ୍ ମହାମାରୀ ସହ ସଂଗ୍ରାମ କରୁଥିବା ଆମେରିକା ଇମିଗ୍ରେସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସକାଳେ ଏହି ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ କୌଣସି ବାହାର ଲୋକଙ୍କୁ ଆମେରିକାରେ ରହିବାକୁ ଅନୁମତି ଦିଆଯିବ ନାହିଁ । ଡୋନାଲ୍ଡ ଟ୍ରମ୍ପ ନିଜ ଟ୍ବିଟର ଆକାଉଣ୍ଟରେ ଏହି ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି । କରୋନା ଭାଇରସ୍ ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସକାଳେ ଟ୍ବିଟ୍ କରି ଘୋଷଣା କରିଛନ୍ତି, “ଅଦୃଶ୍ୟ ଶତ୍ରୁ ଆକ୍ରମଣ ଯୋଗୁଁ ଯେଉଁ ପରିସ୍ଥିତିରେ ସୃଷ୍ଟି ହୋଇଛି, ଆମକୁ ଆମର ମହାନ ଆମେରିକୀୟ ନାଗରିକଙ୍କ ଚାକିରି ବଞ୍ଚାଇ ରଖିବାକୁ ପଡିବ ।ଏହାକୁ ଦୃଷ୍ଟିରେ ରଖି ମୁଁ ଏକ ନିର୍ଦ୍ଦେଶରେ ଦସ୍ତଖତ କରୁଛି, ଯାହା ଫଳରେ ଆମେରିକାରେ ବାହାର ଲୋକଙ୍କ ରହିବା ଉପରେ ରୋକ୍ ଲଗାଯିବ ।”

ଏହା ସ୍ପଷ୍ଟ ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତ୍ତମାନ କୌଣସି ବିଦେଶୀ ନାଗରିକ ଆମେରିକାର ନାଗରିକ ହୋଇପାରିବେ ନାହିଁ ଏବଂ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ । ସାରା ବିଶ୍ବରୁ ଲୋକମାନେ ଚାକିରି ଏବଂ ବ୍ୟବସାୟ ପାଇଁ ଆମେରିକା ଯାଆନ୍ତି, ଯେଉଁମାନେ କିଛି ସମୟ ପରେ ସେଠାରେ ନାଗରିକତା ପାଇଁ ଆବେଦନ କରନ୍ତି ।

ଲାଟିନ୍ ଆମେରିକା, ୟୁରୋପର ବହୁ ସଂଖ୍ୟକ ଲୋକ ଆମେରିକା ଯାଆନ୍ତି । ଏହା ବ୍ୟତୀତ ଭାରତ ସମେତ ଅନ୍ୟ ଏସୀୟ ଦେଶମାନଙ୍କରୁ  ମଧ୍ୟ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ କୌଣସି ପ୍ରକାରର ଇମିଗ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଯଦିଓ ଏହି ପ୍ରତିବନ୍ଧକକୁ ସାମୟିକ ଭାବେ ଲାଗୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ପାଇଁ ଆମେରିକା ସବୁଠୁ ବଡ ସଙ୍କଟ ଦେଇ ଗତି କରୁଛି । ଗତ ଦୁଇ ମାସ ମଧ୍ୟରେ, ଆମେରିକାରେ ୧୦ ମିଲିୟନରୁ ଅଧିକ ଲୋକ ଚାକିରି ହରାଇଛନ୍ତି ଏବଂ ବେରୋଜଗାର ପାଇଁ ଉପଲବ୍ଧ ସୁବିଧା ପାଇଁ ଆବେଦନ କରିଛନ୍ତି । ଏହା ବ୍ୟତୀତ ଆମେରିକୀୟ ବ୍ୟବସାୟ ଉପରେ ଏକ ବଡ ସଙ୍କଟ ଦେଖାଦେଇଛି, ଯେଉଁଥିପାଇଁ ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।

   Related Posts