ଚୀନ୍ ସହ ଭାରତକୁ ଟାର୍ଗେଟ୍ କଲେ ଡୋନାଲ୍ଡ ଟ୍ରମ୍ପ୍, କହିଲେ ଭାରତୀୟ ମଧ୍ୟ ଦାୟିତ୍ବହୀନ

Published By : Prameya-News7 Bureau | July 30, 2020 IST

ଓ୍ବାଶିଂଟନ୍ ୩୦।୭: ଭାରତ, ଚୀନ୍ ଏବଂ ଋଷ ନିଜ ଏୟାର କ୍ବାଲିଟିର ଧ୍ୟାନ ରଖନ୍ତିନାହିଁ କିନ୍ତୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ବ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପ୍ୟାରିସ୍ ଚୁକ୍ତିକୁ ଏକତରଫା, ଉର୍ଜା ନଷ୍ଟ କରୁଥିବା କହି ସେଥିରୁ ବିଚ୍ୟୁତ ହୋଇଯାଇଥିଲେ ।

ଟ୍ରମ୍ପ୍ କହିଛନ୍ତି ଯେ, ଆମେ ଆମର ବାୟୁ ପ୍ରଦୂଷଣ ଉପରେ ଧାୟନ ରଖୁ ମାତ୍ର ଚୀନ୍ ଏହା ଉପରେ ଧ୍ୟାନ ରଖେନାହିଁ । ଭାରତ ମଧ୍ୟ ବାୟୁ ପ୍ରଦୂଷଣ ଉପରେ ଧ୍ୟାନ ରଖେନାହିଁ । ଋଷ ମଧ୍ୟ ବାୟୁ ପ୍ରଦୂଷଣ ଉପରେ ଧ୍ୟାନ ରଖେନାହିଁ । ଟ୍ରମ୍ପ କହିଛନ୍ତି ଯେ, ବାୟୁ ପ୍ରଦୂଷଣରେ ଚୀନ୍, ଋଷ ସହ ଭାରତ ମଧ୍ୟ ଖାମଖିଆଲ କରେ । ମାତ୍ର ଆମେ ଏଥିପ୍ରତି ଧ୍ୟାନ ରଖିଥାଉ । ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ରହିବି ସେପର୍ଯ୍ୟନ୍ତ ମୁଁ ସବୁବେଳେ ଆମେରିକାକୁ ଆଗରେ ରଖିବି । ଏହା ବହୁତ ସିଧା କଥା ।

ଟ୍ରମ୍ପ୍ କହିଛନ୍ତି ବର୍ଷ ବର୍ଷ ଧରି ଆମେ ଅନ୍ୟ ଦେଶକୁ ପ୍ରଥମରେ ରଖିଥିଲୁ ଏବଂ ଏବେ ଆମେ ଆମେରିକାକୁ ପ୍ରଥମରେ ରଖୁଛୁ । ଯେମିତି କି ଆମେ ଆମ ଦେଶର ସହରରେ ଦେଖିଛୁ ଯେ କଟ୍ଟରପନ୍ଥୀ ଡେମୋକ୍ରାଟସ ନା କେବଳ ଟେକ୍ସାସର ତୈଳ ଉଦ୍ୟୋଗକୁ ନଷ୍ଟ କରିବାକୁ ଚାହୁଁଛନ୍ତି ବରଂ ସେ ଆମ ଦେଶକୁ ବରବାଦ କରିବାକୁ ଚାହୁଁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏଭଳି କଟ୍ଟରପନ୍ଥୀ ଡେମୋକ୍ରାଟସ କୌଣସି ରୂପରେ ଦେଶକୁ ଭଲପାଆନ୍ତିନାହିଁ । ସେ କହିଛନ୍ତି ସେ ଏକତରଫା, ଉର୍ଜା ବରବାଦ କରୁଥିବା ପ୍ୟାରିସ ଜଳବାୟୁ ଚୁକ୍ତିରୁ ଅଲଗା ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.