Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଭାରତୀୟ ଔଷଧ ଉପରେ ଟ୍ରମ୍ପ୍‌ଙ୍କ ଭରସା, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରତିଦିନ ଖାଉଛନ୍ତି ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍

19/05/2020 at 2:05 PM

ଓ୍ବାଶିଂଟନ୍ ୧୯।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି ଯେ, କରୋନା ଭାଇରସକୁ ରୋକିବା ପାଇଁ ସେ ମ୍ୟାଲେରିଆ ଔଷଧ ‘ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍’ ସେବନ କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପ୍ ହ୍ବାଇଟ୍ ହାଉସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ମୁଁ ପ୍ରାୟ ଦେଢ ସପ୍ତାହ ଧରି ‘ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍’ ସେବନ କରୁଛି । ଏହାସହ ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ର କୌଣସି ଲକ୍ଷଣ ନାହିଁ ।

ଆମେରିକାରେ ଗତ ତିନି ମାସ ମଧ୍ୟରେ ଏହି ମହାମାରୀରେ ୯୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଟ୍ରମ୍ପ କହିଛନ୍ତି ଯେ, ସେ ଏ ନେଇ ତାଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ, କିନ୍ତୁ ହ୍ବାଇଟ ହାଉସର ଡାକ୍ତର ଏହା ଉପରେ ଜୋର ଦେଇନାହାଁନ୍ତି । ସେ କହିଛନ୍ତି ଯେ, ହ୍ବାଇଟ୍ ହାଉସର ଡାକ୍ତର ଏହି ଔଷଧ ସେବନ କରିବାକୁ ପରାମର୍ଶ ଦେଇନାହାଁନ୍ତି । ମୁଁ ତାଙ୍କୁ ପଚାରିଲି ସେ ଏ ବିଷୟରେ କଣ ଭାବୁଛନ୍ତି ? ସେମାନେ କହିଥିଲେ ଯେ, ଆପଣ ଔଷଧ ସେବନ କରିବାକୁ ଚାହୁଁଛନ୍ତି କି ? ମୁଁ କହିଥିଲି ହଁ ମୁଁ ଔଷଧ ସେବନ କରିବାକୁ ଚାହୁଁଛି ।

ଟ୍ରମ୍ପ କହିଛନ୍ତି ଯେ, ସେ ପ୍ରତିଦିନ ଗୋଟିଏ ମ୍ୟାଲେରିଆ ବଟିକା ଖାଉଛନ୍ତି । ସେ କହିଥିଲେ ମୁଁ ପ୍ରତିଦିନ ଗୋଟିଏ ବଟିକା ଖାଏ । କିଛି ସମୟ ପରେ ମୁଁ ଏହାକୁ ସେବନ କରିବା ବନ୍ଦ କରିବି । ମୁଁ ଚାହୁଁଛି ଯେ, ଏହାର ଚିକିତ୍ସା ମିଳୁ ଏବଂ ଏହାର ଟୀକା ଖୁବ୍ ଶୀଘ୍ର ଉପଲବ୍ଧ ହେଉ । ମୋତେ ଲାଗୁଛି ଯେ, ଏହା ଖୁବ୍ ଶୀଘ୍ର ହୋଇଯିବ ।

ଟ୍ରମ୍ପ ତାଙ୍କ ଔଷଧ ସେବନ ବିଷୟରେ ଜଣାଇବାର କିଛି ସମୟ ପରେ ହ୍ବାଇଟ୍ ହାଉସର ଡାକ୍ତର ସିନ ପି କନଲେ କହିଛନ୍ତି ଯେ, ରାଷ୍ଟ୍ରପତି ସୁସ୍ଥ ଅଛନ୍ତି ଏବଂ କୋଭିଡ୍-୧୯ର କୌଣସି ଲକ୍ଷଣ ନାହିଁ।

   Related Posts