Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଟ୍ରମ୍ପ୍ ଜଣେ ଡାହା ମିଛୁଆ ଓ ନିଷ୍ଠୁର ବ୍ୟକ୍ତି ‘, ସାଙ୍ଘାତିକ କଥା କହିଲେ ଆମେରିକା ରାଷ୍ଟ୍ରପତିଙ୍କ ଭଉଣୀ

23/08/2020 at 12:36 PM

ନ୍ୟୁୟର୍କ, ୨୩।୦୮:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜଣେ ମିଛୁଆ । ସେ ନିଷ୍ଠୁର ମଧ୍ୟ । ଏପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଟ୍ରମ୍ପଙ୍କ ଭଉଣୀ ମାରାନେ ଟ୍ରମ୍ପ ବାରୀ । ଏକ ଗୁପ୍ତ ରେକର୍ଡିଂରେ ଏହା ସାମ୍ନାକୁ ଆସିଛି । ଯେଉଁ ରେକର୍ଡିଂ ଶନିବାର ଆମେରିକାର କିଛି ଖବର କାଗଜରେ ପ୍ରକାଶିତ ହୋଇଥିଲା ।

ମାରାନେ ରେକର୍ଡିଂରେ କହିଛନ୍ତି ଯେ, ତାଙ୍କ ଭାଇ ତଥା ୟୁଏସ ରାଷ୍ଟ୍ରପତି ଟ୍ରମ୍ପ ଜଣେ ମିଛୁଆ । ସେ ଭରସାଯୋଗ୍ୟ ନୁହଁନ୍ତି । ସେ କେବଳ ସମସ୍ତଙ୍କ ସହ ଫାଇଦା ପାଇଁ ମିଶନ୍ତି । ଏହାସହ ଆମେରିକା ସୀମାନ୍ତରେ କିପରି ବାପା-ମାଆଙ୍କଠୁ ଶିଶୁଙ୍କୁ ପୃଥକ କରାଯାଉଛି ସେନେଇ ମଧ୍ୟ ସେ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ।

ମାରାନେ ଆହୁରି କହିଛନ୍ତି ଯେ, ଟ୍ରମ୍ପ କଲେଜ ଏଣ୍ଟ୍ରାନ୍ସ ପାଇଁ ମଧ୍ୟ କାହାକୁ ଟଙ୍କା ଦେଇଛନ୍ତି । ଫଳରେ ସେ ୟୁନିଭର୍ସିଟି ଅଫ୍ ପେନସିଲଭାନିଆରେ କାହାର ଆଡମିଶନ କରିଥିଲେ । ତେବେ ଏହି ସବୁ ଅଭିଯୋଗ ଉପରେ ହ୍ୱାଇଟ୍ ହାଉସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହି ରେକର୍ଡିଂକୁ ଟ୍ରମ୍ପଙ୍କ ଜଣେ ସମ୍ପର୍କୀୟ ଝିଆରୀ ମ୍ୟାରୀ ଭାଇରାଲ କରିଥିବା କୁହାଯାଉଛି । ଏହି ଅଡିଓ କ୍ଲିପକୁ ନେଇ ସେ ଏକ ବହି ମଧ୍ୟ ପ୍ରକାଶ କରିଥିଲେ। ଏ ବହିର ହଜାର ହଜାର କପି ବିକ୍ରି ହୋଇଥିଲା । ଯାହା ବିରୋଧରେ ଟ୍ରମ୍ପଙ୍କ ଭାଇ ରବର୍ଟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାସହ ମ୍ୟାରୀ ମିଛ କହୁଥିବା ରବର୍ଟ କହିଥିଲେ ।

   Related Posts