Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଫେବୃଆରୀରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ !

29/01/2020 at 3:51 PM

ନୂଆଦିଲ୍ଲୀ ୧୫।୦୧: ଆସନ୍ତା ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫେବୃଆରୀ ୨୪ରୁ ୨୬ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। କିନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ । ଟ୍ରମ୍ପଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ବହୁ ରାଜିନାମା ଉପରେ ହସ୍ତାକ୍ଷର କରାଯାଇପାରିବ ।

ଭାରତ ଗତ ବର୍ଷ ଟ୍ରମ୍ପଙ୍କୁ ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲା, ମାତ୍ର ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତ କରିପାରିନଥିଲେ। ଦୁଇ ଦେଶ ଏବେ ଟ୍ରମ୍ପଙ୍କ ଗସ୍ତ ନେଇ ରୂପରେଖ ପ୍ରସ୍ତୁତିରେ ଲାଗିରହିଛନ୍ତି। ଟ୍ରମ୍ପ ଓ ମୋଦି ଦୀର୍ଘ ସମୟ ଧରି ପଡ଼ି ରହିଥିବା ଦ୍ଵିପାକ୍ଷିକ ବାଣିଜ୍ୟ ଚୁକ୍ତି ବ୍ୟତୀତ ସିଭିଲ ଏଭିଏସନ ସମ୍ବନ୍ଧିତ ରାଜିନାମା ଉପରେ ମଧ୍ୟ ଦସ୍ତଖତ କରିପାରନ୍ତି। ତେବେ ଭାରତ ଗସ୍ତ ସମୟରେ ଆମେରିକା କାଶ୍ମୀର ପ୍ରସଙ୍ଗ ଉଠାଇବନାହିଁ ବୋଲି ସୂଚନା ରହିଛି । କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ, ତେଣୁ ଏହି ପ୍ରସଙ୍ଗରେ ଆମେରିକା ମୁଣ୍ଡ ଖେଳାଇବ ନାହିଁ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଟ୍ରମ୍ପଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ ଅହମ୍ମଦାବାଦର ନିର୍ମିତ ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ସଂୟୁକ୍ତ ରାଲିରେ ଯୋଗଦେବାର ସମ୍ଭାବନା ମଧ୍ୟ ରହିଛି । ଏହି ରାଲିରେ ଟ୍ରମ୍ପ ମଧ୍ୟ ସମ୍ଭୋଧନ କରିବାର ସମ୍ଭାବନା ରହିଛି ।   ୨୦୧୫ରେ ଶେଷଥର ପାଇଁ ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ । ବାରାକ ଓବାମା ଭାରତର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

   Related Posts