Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କରୋନା ପରୀକ୍ଷଣ ରିପୋର୍ଟ ଆସିଲା, ଡାକ୍ତର ଦେଲେ ଏଭଳି ପରାମର୍ଶ

15/03/2020 at 9:56 AM

ନୂଆଦିଲ୍ଲୀ ୧୫।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ । ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ପରୀକ୍ଷଣ ହୋଇଥିଲା । ତେବେ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଟ୍ରମ୍ପ୍ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ବ୍ରାଜିଲର ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବଙ୍କୁ ଭେଟିବା ପରେ ଟ୍ରମ୍ପଙ୍କ କରୋନା ଟେଷ୍ଟ ନେଇ କଥା ଉଠିଥିଲା । ପ୍ରେସ୍ ସଚିବଙ୍କ ନିକଟରେ କରୋନା ଭାଇରସ୍ ଦେଖାଯାଇଥିଲା । ତେବେ ହ୍ବାଇଟ୍ ହାଉସର ସଚିବ କହିଥିଲେ, ଟ୍ରମ୍ପଙ୍କ ଟେଷ୍ଟ କରାଇବା ଅନାବଶ୍ୟକ । କିନ୍ତୁ ଟ୍ରମ୍ପ୍ ନିଜେ କହିଥିଲେ, ସେ ଭାଇରସ୍ ଟେଷ୍ଟ କରାଇପାରିବେ । କିନ୍ତୁ ତାଙ୍କ ନିକଟରେ ଫ୍ଲ୍ୟୁ ଲକ୍ଷଣ ଦେଖାଯାଇନାହିଁ ।

ହ୍ବାଇଟ୍ ହାଉସ୍ ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଛନ୍ତି, ତାଙ୍କର କରୋନା ପରୀକ୍ଷା କରାଯାଇଛି । ଶୁକ୍ରବାର ତାଙ୍କର ଟେଷ୍ଟ ହୋଇଥିଲା । ବ୍ରିଫିଙ୍ଗ ରୁମକୁ ପ୍ରବେଶ କରିବା ପୂର୍ବରୁ ତାପମାତ୍ରା ପରୀକ୍ଷା କରାଯାଇଥିଲା । ଆମେରିକାରେ କରୋନା ସଂକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଆକ୍ରାନ୍ତ ଥିବା ଜଣାପଡିଛି । 

   Related Posts