ପାକିସ୍ତାନକୁ ଝଟ୍‌କା : ୨୧୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ଉପରେ ରୋକ୍ ଲଗାଇଲା ଆମେରିକା

Published By : Prameya-News7 Bureau | September 02, 2018 IST

ଓ୍ବାସିଂଟନ୍ ୨|୯: ପାକିସ୍ତାନକୁ ଏକ ବଡ ଧରଣର ଝଟକା ଦେବା ପାଇଁ ଆମେରିକା ୩୦୦ ମିଲିୟନ୍ ଡଲାର ସହାୟତା ରାଶି ଉପରେ ରୋକ୍ ଲଗାଇଛି । ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଖାମଖିଆଲଭାବନାକୁ ଦେଖି ଟ୍ରମ୍ପ୍ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଆମେରିକା ସେନା ତରଫରୁ କୁହାଯାଇଛି ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ପଦକ୍ଷେପ ନେବାରେ ବିଫଳ ହେଉଛି । ଯାହାକୁ ଦେଖି ଆମେରିକା ୩୦୦ ମିଲିୟନ୍ ଡଲାର ଅର୍ଥାତ୍ ୨୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ଉପରେ ରୋକ୍ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟିନେଣ୍ଟ କର୍ଣ୍ଣଲ କୋନୀ ଫାକନର କହିଛନ୍ତି ଯେ ଆମେରିକା ରକ୍ଷା ବିଭାଗ ଏହି ଟଙ୍କାକୁ ଏବେ ପ୍ରାଥମିକ କାର୍ଯ୍ୟରେ ବ୍ୟବହାର କରିବ । ଆମେରିକାର ଏହି ନିଷ୍ପତ୍ତି ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଗୋଟିଏ ବଡ ଝଟକା ଲାଗିଛି । ଆମେରିକା କହିବା ଅନୁସାର ପାକିସ୍ତାନ ଏଭଳି ଚରମପନ୍ଥୀଙ୍କୁ ପ୍ରଶୟ ଦେଉଛି ଯେଉଁମାନେ ପଡୋଶୀ ଦେଶ ଆଫଗାନିସ୍ତାନରେ କିଛି ବର୍ଷ ହେଲା ଯୁଦ୍ଧର ବିଭୀଷିକା ଖେଳାଇ ଚାଲିଛନ୍ତି । ଅନ୍ୟପଟେ ପାକିସ୍ତାନ ଏସବୁକୁ ଅସ୍ବୀକାର କରୁଛି । ଏମିତିରେ ଏବେ ଆମେରିକାର ଏଭଳି ପଦକ୍ଷେପକୁ ଦୁଇ ଦେଶ ମଧ୍ୟରେ ଫାଟ ପଡୁଥିବାର କୁହାଯାଉଛି । ଆମେରିକା ଅଧିକାରୀଙ୍କ କହିବା କଥା ଯଦି ପାକିସ୍ତାନ ନିଜର କାର୍ଯ୍ୟକଳାପକୁ ପରିବର୍ତ୍ତନ କରିବ ତେବେ ପୁଣି ଥରେ ସମର୍ଥନ ହାସଲ କରିପାରିବ । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ଚଳିତବର୍ଷ ପ୍ରାରମ୍ଭରେ ଆମେରିକା ପାକିସ୍ତାନକୁ ୫୦କୋଟି ଡଲାରର ଆର୍ଥିକ ସହାୟତା ରଦ୍ଦ କରିଦେଇଥିଲା । କିନ୍ତୁ ରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଏବେ ଅମେରିକୀୟ ସଂସଦରେ ମଞ୍ଜୁରୀ ମିଳିନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହା ପୂର୍ବରୁ ପାକିସ୍ତାନକୁ ଅରବ ଡଲାରର ସହାୟତା ଦେବା ପରେ ମଧ୍ୟ ପାକିସ୍ତାନ ଆମେରିକା ଉପରେ ଧୋକାବାଜିର ଆରୋପ ଲଗାଇଥିଲା । ଟ୍ରମ୍ପ୍ କହିଥିଲେ ଯେ ଆମେରିକା ଗତ ୧୫ବର୍ଷ ମଧ୍ୟରେ ପାକିସ୍ତାନକୁ ୩୩ ଅରବ ଡଲାରରୁ ଅଧିକ ସହାୟତା ଦେଇଥିବାବେଳେ ପ୍ରତିବଦଳରେ କେବଳ ଛଳନା ଏବଂ ମିଛ ବ୍ୟତୀତ ଆଉ କିଛି ପାଇନାହିଁ । ପାକିସ୍ତାନ ଭାବୁଛି ଯେ ଆମେରିକାର ନେତା ମୁର୍ଖ ଅଟନ୍ତି । ଆମେ ଆଫଗାନିସ୍ତାନରେ ଯେଉଁ ଆତଙ୍କବାଦୀମାନଙ୍କୁ ଖୋଜୁଛୁ ସେମାନଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.