Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ପାଟି ଚୁପ୍ କର, ନଚେତ ନିର୍ବାଚନ ବନ୍ଦ କରିଦେବୁ’, ଆମେରିକାକୁ ଧମକ ଦେଲା ଉତ୍ତର କୋରିଆ

12/06/2020 at 5:43 PM

ଓ୍ୱାଶିଂଟନ, ୧୨|୦୬:  ପୁଣିଥରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ଦେଖାଦେଇଛି । ଏପରିକି ଆମେରିକାକୁ ଖୋଲଖୋଲି ଧମକ ଦେଇଛି ଉତ୍ତର କୋରିଆ । ଆମେରିକାର ନିର୍ବାଚନ ବନ୍ଦ କରିଦେବ ବୋଲି ମଧ୍ୟ କହିଛି । ଯାହାକୁ ନେଇ ୨ ଦେଶ ମଧ୍ୟରେ ବିବାଦ ବୃଦ୍ଧିପାଇଛି ।

ସୂଚନାନୁସାରେ, ମଙ୍ଗଳବାର ଉତ୍ତର କୋରିଆ ଦକ୍ଷିଣ କୋରିଆ ସହ ହଟ୍ ଲାଇନ୍ ଓ ଟେଲିଯୋଗାଯୋଗ ସମ୍ପର୍କ ଛିନ୍ନ କରିଥିଲା । ଏହି ଘଟଣାରେ ଆମେରିକା ପ୍ରବଳ ଉଦବେଗ ପ୍ରକାଶ କରିଥିଲା । ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ ତରଫରୁ ଉତ୍ତର କୋରିଆର ଏହି ପଦକ୍ଷେପକୁ କଡା ନିନ୍ଦା କରାଯାଇଥିଲା । ତେବେ ଏହି ଘଟଣାରେ ଆମେରିକାର ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛି ଉତ୍ତର କୋରିଆ ।

ଉତ୍ତର କୋରିଆ କହିଛି ଯେ, ଆମେରିକା ଆଭ୍ୟନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ କରୁଛି । ହସ୍ତକ୍ଷେପ କରିବାର ଅଧିକାର ଆମେରିକା ପାଖରେ ନାହିଁ । ଯଦି ଆମେରିକା ନସୁଧୁରେ ତେବେ ନିର୍ବାଚନ ପ୍ରଭାବିତ ହେବ । ଠିକ ଭାବେ ନିର୍ବାଚନ ପରିଚାଳନା କରିବାକୁ ଉତ୍ତର କୋରିଆ ଦେବ ନାହିଁ । ଏପରିକି ଆମେରକା ନିୟ ଜିଭକୁ ନିୟନ୍ତ୍ରଣରେ ରଖି ନିଜ ଦେଶରେ ଥିବା ସମସ୍ୟାରେ ମୁଣ୍ଡ ପୁରାଉ ।

   Related Posts