ଚୀନ୍‌ର ହରକତରେ ଅତିଷ୍ଠ ହେଲାଣି ଆମେରିକା, ନେଇପାରେ ବଡ ପଦକ୍ଷେପ, ଭାରତ ସମେତ ଅଷ୍ଟ୍ରେଲିଆ ଓ ଜାପାନଠୁ ଲୋଡିଲା ସମର୍ଥନ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ, ୦୧|୦୯:   ଚୀନର ବିଭିନ୍ନ କାର୍ଯ୍ୟକଳାପରେ ଅତିଷ୍ଠ ହେଲାଣି ଆମେରିକା । ଏବେ ଡ୍ରାଗନ୍ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଛି । ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ଆମେରିକା ସହ ହାତ ମିଳାନ୍ତୁ ବୋଲି ୟୁଏସ ଚାହୁଁଛି ।

ଆମେରିକା ଚାହୁଁଛି ଯେ, ଚୀନକୁ ରୋକିବା ପାଇଁ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ ଭଳି ଏକ ମେଣ୍ଚ କରନ୍ତୁ । ଏଥିରେ ଚାରୋଟି ଦେଶ ସାମିଲ ହୁଅନ୍ତୁ । ଏହାର ବୈଠକ ଦିଲ୍ଲୀରେ ହେବା ନେଇ ମଧ୍ୟ ଆଲୋଚନା ହେଉଛି । ଫଳରେ ଏହି ମେଣ୍ଟର ରୂପରେଖ ଚୂଡାନ୍ତ ହୋଇପାରିବ ।

{"id":323684,"sizeSlug":"large"}

ଆମେରିକାର ଉପ ବିଦେଶ ମନ୍ତ୍ରୀ ଷ୍ଟିଫେନ୍ ବିଗନ୍ କହିଛନ୍ତି ଯେ, ଚାରୋଟି ଦେଶର ବୈଠକ ଦିଲ୍ଲୀରେ ଆୟୋଜିତ ହେବାର ସମ୍ଭାବନା ରହିଛି । ଆମେରିକା ଚାହେଁ ଯେ, ଏହି ଚାରି ଦେଶ ମିଳିତ ଭାବେ ଚୀନକୁ ସାମ୍ନା କରନ୍ତୁ । ବିଗନ୍ ଏହା ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମରେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ ଓ ପ୍ରଶାନ୍ତ ମହାସାଗରରେ ମଜବୁତ ଢାଞ୍ଚାର ଅଭାବ ରହିଛି । ଆମେରିକା ପାଖରେ ନାଟୋ କିମ୍ବା ୟୁରୋପୀୟ ସଙ୍ଗଠନ ଭଳି କୌଣସି ମଜବୁତ ସଙ୍ଗଠନ ନାହିଁ। ପୂର୍ବରୁ ଅନେକ ଦେଶ ନାଟୋର ସଦସ୍ୟତା ନେବା ବଦଳରେ ସ୍ଥିର ରହିବାକୁ ଚାହିଁଥିଲେ । କିନ୍ତୁ ଆଜି ଏହାର ଆବଶ୍ୟକତା ରହିଛି । କୌଣସି ଦେଶର ମନମାନୀକୁ ରୋକିବାକୁ ହେଲେ ଏପରି ମେଣ୍ଟ ଓ ସନ୍ତୁଳନ ରଖିବା ପ୍ରକ୍ରିୟାକୁ ଆଗକୁ ବଢାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.