Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ନାସାକୁ ମିଳିଲା ବଡ ସଫଳତା ; ମଙ୍ଗଳ ଗ୍ରହରେ ଅବତରଣ କଲା ମହାକାଶ ଯାନ

27/11/2018 at 12:39 PM

ଓ୍ବାଶିଂଟନ୍ ୨୭|୧୧:  ଆମେରିକା ଗବେଷଣା ସଂସ୍ଥା ନାସାର ମହାକାଶଯାନ ‘ଇନସାଇଟ୍ ପ୍ରୋ’ ସଫଳତାର ସହ ଅବତରଣ କରିଛି । ଗତକାଲି ରାତିରେ ନାସାର ଏହି ମହାକାଶଯାନ ଅବତରଣ କରିବା ପରେ ବୈଜ୍ଞାନିକମାନେ ଖୁସିରେ ବିଭୋର ହୋଇଉଠିଥିଲେ । କାରଣ ଏହି ମହାକାଶଯାନ ‘ଇନସାଇଟ୍ ପ୍ରୋ’ ମଙ୍ଗଳ ଗ୍ରହରେ ନିରାପଦ ଭାବେ ଅବତରଣ କରିବା ସେତେ ସହଜ ନଥିଲା । ମଙ୍ଗଳ ଗ୍ରହର ଭୁପୃଷ୍ଠରେ ଓହ୍ଳାଇବା ଏହି ପ୍ରୋଜେକ୍ଟର ସବୁଠାରୁ କଷ୍ଟସାଧ୍ୟ ବ୍ୟାପାର ଥିଲା । ଶେଷ ୧୨୫ କିଲୋମିଟରକୁ ୬.୫ମିନିଟରେ ଅତିକ୍ରମ କରିବାର ଥିଲା । ତେଣୁ ଏହି ପ୍ରବଳ ବେଗ ପାଇଁ ଶେଷ ମୁହୁର୍ତରେ ସ୍ପେଶକ୍ରାଫ୍ଟଟି ଧ୍ବସଂ ହେବାର ମଧ୍ୟ ଆଶଙ୍କା ଥିଲା । ଶେଷ ମୁହୁର୍ତ୍ତରେ ଏହାର ବେଗକୁ ନିୟନ୍ତ୍ରଣ କରିବା ପାଇଁ ଏକ ପାରାଚ୍ୟୁଟ୍ ଓ ବ୍ରେକିଂ ଇଂଜିନର ବ୍ୟବସ୍ଥା ଥିଲା ।

ଗତକାଲି ରାତିରେ ‘ଇନସାଇଟ୍ ପ୍ରୋ’ ମଙ୍ଗଳ ଗ୍ରହର ଭୁପୃଷ୍ଠରେ ଅବତରଣ କରିବାର କିଛି ସମୟ ପରେ ସିଗନାଲ ଆସିଥିଲା ଯେ, ମହାକାଶଯାନ ଟି ନିରାପଦରେ ଅବତରଣ କରିଯାଇଛି । ଯାହା ବୈଜ୍ଞାନିକମାନଙ୍କୁ ଖୁସିରେ ବିଭୋର କରିଦେଇଥିଲା । ପ୍ରାୟ ୪ହଜାର କୋଟି କିଲୋମିଟର ଦୂରତାକୁ ଏହି ‘ଇନସାଇଟ୍ ପ୍ରୋ’ ପ୍ରାୟ ୭ମାସରେ ଗତିକରି ଗତକାଲି ମଙ୍ଗଳଗ୍ରହର ଭୁପୃଷ୍ଠରେ ପହଂଚିଛି । ଗତ ମେ’ ମାସରେ ଆମେରିକାର କାଲିଫର୍ଣ୍ଣିଆରୁ ଏହାକୁ ପ୍ରେରଣ କରାଯାଇଥିଲା । ମଙ୍ଗଳ ଗ୍ରହ ଉପରେ ଏହି ଇନସାଇଟ୍ ପ୍ରୋ ୨ବର୍ଷ ଧରି ଗବେଷଣା କରିବ । ଫଳରେ ମଙ୍ଗଳ ଗ୍ରହ ଉପରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ ।

   Related Posts