Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଛାତ ଫଟେଇ ଘର ଭିତରେ ପଡିଲା ଜଳନ୍ତା ଉଲ୍‌କା ପିଣ୍ଡ, ଅଳ୍ପ କିଛି ଦୂରତା ଲାଗି ବଞ୍ଚିଗଲେ ମହିଳା

16/10/2021 at 3:01 PM

ନୂଆଦିଲ୍ଲୀ ୧୬/୧୦: ବ୍ରିଟିଶ କଲମ୍ବିଆରେ ରହୁଥିବା ରୁଥ ହାମିଲଟନ୍ ମଧ୍ୟରାତ୍ରିରେ ହଠାତ୍ ଏକ ଶବ୍ଦ ଶୁଣି ଉଠିପଡିଲେ। କ’ଣ ଘଟିଲା ​​ସେ ଜାଣି ପାରିଲେ ନାହିଁ। କେବଳ ଘରର ଛାତରେ ଏକ ଛିଦ୍ର ଦୃଶ୍ୟମାନ ହେଉଥିଲା। ହାମିଲଟନ୍ ତୁରନ୍ତ ଜରୁରୀକାଳୀନ ନମ୍ବରକୁ ଫୋନ୍ କରି ସୂଚନା ଦେଲେ। ଏହା ପରେ ସେ ଯାହା ଜାଣିବାକୁ ପାଇଲେ ତାହା ଆଶ୍ଚର୍ଯ୍ୟଜନକ। ତାଙ୍କ ଖଟ ଉପରେ ଠିକ୍ ତକିଆ ପାଖରେ ଏକ ଉଲ୍‌କା ପିଣ୍ଡ ପଡିଥିଲା।

ସୂଚନା ଅନୁଯାୟୀ, ହାମିଲଟନ୍ ରାତିରେ ନିଜ ବିଛଣାରେ ଶୋଇଥିବା ବେଳେ ହଠାତ୍ ମହାକାଶରୁ ଏକ ଉଲ୍‌କା ପିଣ୍ଡ ତାଙ୍କ ଖଟ ଉପରେ ପଡିଥିଲା। ଛାତକୁ ଫୁଟେଇ ପ୍ରାୟ ଦେଢ କିଲୋଗ୍ରାମର ଉଲ୍‌କା ପିଣ୍ଡ ତାଙ୍କ ମୁହଁଠାରୁ କିଛି ଇଞ୍ଚ ଦୂରରେ ପଡିଥିଲା। ଉଲକା ପିଣ୍ଡଟି ଠିକ୍ ତାଙ୍କ ତକିଆ ପାଖରେ ପଡିଥିଲା। ଶୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଥିଲା। ସେହି ଘଟଣାକୁ ମନେ ପକାଇ ହାମିଲଟନ୍ ଥରି ଉଠିଥିଲେ। ଏହା ପରେ ସେ ସାରା ରାତି ଶୋଇ ପାରିନଥିଲେ। ୱେଷ୍ଟର୍ଣ୍ଣ ଅନଟାରିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ପିଟର ବ୍ରାଉନ୍ ନିଶ୍ଚିତ କରିଛନ୍ତି ଯେ ହାମିଲଟନଙ୍କ ବେଡରେ ଉଲକାପିଣ୍ଡ ହିଁ ପଡିଥିଲା।

ଏହି ଘଟଣାଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ପ୍ରତି ଘଣ୍ଟାରେ କିଛି ନା କିଛି ଉଲ୍‌କା ପିଣ୍ଡ ପୃଥିବୀ ଆଡକୁ ଆସେ। ପୃଥିବୀର ବାତାବରଣରେ ପ୍ରବେଶ କରିବା ମାତ୍ରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନଷ୍ଟ ହୋଇଯାଏ ଏବଂ କିଛି ଖସିଯାଏ। ବୈଜ୍ଞାନିକ ଅଧ୍ୟୟନ ଦୃଷ୍ଟିକୋଣରୁ ସେଗୁଡିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

   Related Posts