ଆମେରିକାରେ ରହୁଥିବା କୁନି ଝିଅ ସୁଶ୍ରେୟା ଅନର୍ଗଳ ଗାଉଛନ୍ତି ଗୀତା, ଭାଗବତ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୬|୧୧: ବୟସ ମାତ୍ର ୬ ବର୍ଷ । ହେଲେ ସଂସ୍କାର ବୟସଠୁ ବି ବଡ । ଆମେରିକାର ଚିକାଗେ। ସହରରେ ରହୁଥିବା ସୁଶ୍ରେୟାଙ୍କ ଜ୍ଞାନ ଆଗରେ ହାର ମାନିଛି ତାଙ୍କ ବୟସ । ମାତ୍ର ୩ବର୍ଷ ବୟସରୁ ପ୍ରାଞ୍ଜ।ଳ ଭାବରେ କହି ପାରୁଛନ୍ତି ଗୀତା, ଭାଗବତ ଓ ଶ୍ଳୋକ।  ଏ ହେଉଛନ୍ତି ସୁଶ୍ରେୟା । ୬ ବର୍ଷର କୁନି ଝିଅ । ହେଲେ ତାଙ୍କର ଜ୍ଞାନର ପରିସୀମା ଅମାପ । ଜଗନ୍ନାଥ ଅଷ୍ଟକମ୍ ହେଉ କି ଦୂର୍ଗାସ୍ତୁତି କି ବେଦ ହେଉ କି ଗୀତା ଭାଗବତ । ଅନୟାସରେ କହି ପାରନ୍ତି ସୁଶ୍ରେୟା । ମାତ୍ର ୩ ବର୍ଷ ବୟସରୁ ଏସବୁ ଶୁଣି ଶୁଣି ମନେ ରଖିଛନ୍ତି । ଆଉ ବିନା ଦ୍ବିଧାରେ ଅନର୍ଗଳ କହିପାରନ୍ତି ସଂସ୍କୃତ ଶ୍ଳୋକ । ଖାଲି ସେତିକି ନୁହେଁ ଗ୍ଲେ।ବାଲ ଓ।ର୍ମିଂ ହେଉ କି ଓ।ଟର ପଲ୍ୟୁସନ କିମ୍ବା ଏୟାର ପଲ୍ୟୁସନ । ଏସବୁକୁ କିପରି ମୁକାବିଲା କ କରି ହେବ ସେ ନେଇ ପୁରା ବିଶ୍ବକୁ ବାର୍ତ୍ତା ଦେଉଛନ୍ତି କୂନି ପ୍ରତିଭା ସୁଶ୍ରେୟା । ଏବେ ନୁହେଁ ସୁଶ୍ରେୟାଙ୍କୁ ଯେତେ​‌​‌ବେଳ ୩ବର୍ଷ ହେ।ଇଥିଲା ସେବେଠୁ ତାଙ୍କର ଓଡିଆ ପ୍ରତି ଆଗ୍ରହ । ସୁଶ୍ରେୟାଙ୍କ ବାପା ସୁବ୍ରତ ମିଶ୍ର ପେଶାରେ ଜଣେ ସଫ୍ଟ ଓେୟାର ଇଞ୍ଜିନିୟର । ଆମେରିକାରେ ଥାଇ ବି ସକାଳୁ ସକାଳୁ ନିଜେ ଶୁଣିବା ସହ ସୁଶ୍ରେୟାଙ୍କୁ ଶୁଣାଉଥିଲେ । ଆଉ ମନଧ୍ୟାନ ଦେଇ ଏସବୁ ଶୁଣୁଥିଲେ ସୁଶ୍ରେୟା । ଆଉ ଝିଅର ଆଗ୍ରହ ଦେଖି ପ୍ରେ।ତ୍ସାହିତ କରିଥିଲେ ବାପା ମା । ଇଣ୍ଟରନେଟ୍ ଯୁଗରେ ଯେତେବେଳେ ପିଲାମାନେ ନିଜ ଭାଷା ଓ ସଂସ୍କୃତି ପ୍ରତି ଆଗ୍ରହ ହରାଉଛନ୍ତି । ସେତେବେଳେ ସୂଦୂର ଚିକାଗେ। ସହରରେ ଜନ୍ମ ହେ।ଇ ମଧ୍ୟ ନିଜ ସଂସ୍କାର ଭୁଲିନି କୁନି ଝିଅ ଶେୟାଶ୍ରୀ । ଯାହା ଅନ୍ୟ ମାନଙ୍କ ପାଇଁ ଉଦ୍ଦାହରଣ ନିଶ୍ଚୟଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.