୨୯ ହଜାର ଅରବ ଡଲାରର ଋଣଭାର ତଳେ ଦବି ରହିଛି ଆମେରିକା, ଆର୍ଥିକ ମାନ୍ଦାବସ୍ଥାର ଚେତାବନୀ ଦେଲେ ଟ୍ରେଜେରୀ ସେକ୍ରେଟାରୀ

Published By : Prameya-News7 Bureau | October 05, 2021 IST

ଓ୍ଵାଶିଂଟନ ୦୫।୧୦: ସମଗ୍ର ଦୁନିଆରେ ସୁପର ପାଓ୍ଵାର କୁହାଯାଉଥିବା ଆମେରିକା ମାନ୍ଦାବସ୍ଥାର ପୁଣି ଥରେ ସମ୍ମୁଖୀନ ହୋଇପାରେ। ଏହାର କାରଣ ଆମେରିକା  ୨୯ ହଜାର ଅରବ ଡଲାରର ଋଣଭାର ତଳେ ଦବି ରହିଛି । ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ଆମେରିକାର ଆର୍ଥିକ ସ୍ଥିତିକୁ ଶକ୍ତ ଝଟକା ଲାଗିପାରେ। ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜେନେଟ୍ ଲୁଇସ୍ ୟେଲେନ ଚେତାଇ ଦେଇଛନ୍ତି ଯେ, ଯଦି ଆମେରିକା ଋଣରେ କୌଣସି ଡିଫଲ୍ଟ ହୋଇଯାଏ ତେବେ, ପୁଣି ଥରେ ଆମେରିକାରେ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖିନ ହୋଇପାରେ।

ୟେଲେନ ଏହା ପୂର୍ବରୁ ଆମେରିକାକୁ ଋଣଭାରକୁ ନେଇ ଚେତାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଯଧି କଂଗ୍ରେସ ଆମେରିକା ଋଣ ପରିଶୋଧ ଉପରେ ଉଚିତ୍ ଧ୍ୟାନ ନଦିଏ ତେବେ ଆମେରିକା ଆଉ ଏକ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିପାରେ।

ଆମେରିକା ଉପରେ ରହିଛି ୨୯ ହଜାର ଅରବ ଡଲାରର ଋଣ

ଦୁନିଆର ସବୁଠୁ ବଡ ଆର୍ଥିକ ବ୍ୟବସ୍ଥା ଆମେରିକା ଉପରେ ଦୁଇ ଦଶନ୍ଧି ମଧ୍ୟରେ ଋଣଭାର ଦ୍ରୁତ ଗତିରେ ବଢିବାରେ ଲାଗିଛି। ଆମେରିକା ମୋଟ୍ ୨୯ ହଜାର ଅରବ ଡଲାରର ଋଣଭାର ବୋଝ ତଳେ ଦବି ରହିଛି। ଆମେରିକା ସାଂସଦ ଆଲେକ୍ସ ମୁନି କହିଛନ୍ତି, ଆମର ଋଣ ୨୯୦୦୦ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି। ଏହାର ଅର୍ଥ ଆମେରିକାର ମୁଣ୍ଡ ପିଛା ଋଣଭାର ଅଧିକ ବଢିବାରେ ଲାଗିଛି।

ଆମେରିକାକୁ ଋଣ ଦେବା ମାମଲାରେ ଚୀନ ଏବଂ ଜାପାନ ସବୁଠୁ ଉପରେ ଅଛନ୍ତି। ଭାରତ ମଧ୍ୟ ଆମେରିକାକୁ ୨୧୬ ଅରବ ଡଲାରର ଋଣ ଦେଇଛି। ସାଂସଦ ମୁନିଙ୍କ ଅନୁଯାୟୀ, ଚୀନର ଆମେରିକା ଉପରେ ୧୦୦୦ ଅରବ ଡଲାରରୁ ଅଧିକ ଋଣ ବକେୟା ରହିଛି। ସେହି ପରି ଜାପାନର ମଧ୍ୟ ଆମେରିକା ଉପରେ ୧୦୦୦ ଅରବ ଡଲାରରୁ ଅଧିକ ଋଣ  ବକେୟା ରହିଛି। କେବଳ ଏତିକି ନୁହେଁ ଆମେରିକାକୁ ବ୍ରାଜିଲର ୨୫୮ ଅରବ ଡଲାରର ଋଣ ପରିଶୋଧ କରିବାକୁ ପଡିବ।

ଓବାମା କାଳରେ ଦୁଇ ଗୁଣ ହେଲା ଋଣ

୨୦୦୦ ମାସିହାରେ ଆମେରିକା ଉପରେ ୫୬୦୦୦ ଅରବ ଡଲାର ଋଣ ରହିଥିଲା। ଓବାମାଙ୍କ କାର୍ଯ୍ୟକାଳରେ ଏହା ଦୁଇ ଗୁଣ ବଢିଥିଲା। ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନ୍ ଚଳିତ ବର୍ଷ ଜାନୁଆରୀରେ ୧୯୦୦ ଅରବ ଡଲାର କୋଭିଡ୍  ୧୯ ରିଲିଫ ପ୍ୟାକେଜ୍ ଘୋଷଣା କରିଥିଲେ। ଯଦ୍ଵାରା ଏହି ମହାମାରୀ କାରଣରୁ ଅର୍ଥବ୍ୟବସ୍ଥା ଉପରେ ଆସିଥିବା ସଙ୍କଟର ମୁକାବିଲା କରାଯାଇ ପାରିବ। ମୁନି ଏବଂ ବିରୋଧୀ ସାଂସଦ ଏହି ପ୍ୟାକେଜ୍‌ର ବିରୋଧ କରିଥିଲେ। ମୁନି କହିଛନ୍ତି, ଓବାମାଙ୍କ ଆଠ ବର୍ଷର କାର୍ଯ୍ୟକାଳରେ ଆମେରିକା ଉପରେ ଋଣଭାର ଦୁଇ ଗୁଣ ବଢି ଯାଇଥିଲା। ଆଜି ଆମେ ଏହାକୁ ଆହୁରି ବଢାଇବାକୁ ଯାଉଛୁ। ଋଣ ଏବଂ ସକଳ ଘରୋଇ ଉତ୍ପାଦ(ଜିଡିପି)ର ଅନୁପାତ  ନିୟନ୍ତ୍ରଣ  ବାହାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.