୪ଜଣଙ୍କୁ ହତ୍ୟା କରି ଶବ ନେଇ ଥାନାରେ ପହଞ୍ଚିଲା ଏନଆରଆଇ ଆଇଟି ପ୍ରଫେସନାଲ : ଜାଣନ୍ତୁ ଏହି ଲୋମଟାଙ୍କୁରା ଘଟଣା
17/10/2019 at 2:09 PM

ସାନ ଫ୍ରାନସିସକୋ ୧୭/୧୦: ଆମେରିକାରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ଜଣେ ପ୍ରବାସୀ ଭାରତୀୟ ଆଇଟି ପ୍ରଫେସନାଲ ନିଜ କାରରେ ଶବକୁ ନେଇ ଉତ୍ତର କାଲିଫର୍ଣ୍ଣିଆର ପୋଲିସ୍ ଥାନାକୁ ପହଞ୍ଚିଥିଲା ଏବଂ ସେ ତା’ର ଆପାର୍ଟମେଣ୍ଟରେ ଆଉ ୩ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏହାପରେ ତାକୁ ଗିରଫ କରାଯାଇଛି।
ରୋଜଭିଲେ ପୋଲିସ୍ ବିଭାଗର କ୍ୟାପଟେନଙ୍କ କହିବାନୁସାରେ ୪ଜଣ ମୃତକ ଅଭିଯୁକ୍ତ ଶଙ୍କର ନାଗପ୍ପା ହଙ୍ଗୁଡ଼ଙ୍କ ପରିବାରର ସଦସ୍ୟ ଅଟନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ବୟସ୍କ ଏବଂ ୨ଜଣ ନାବାଳକ।
ହଙ୍ଗୁଡ଼ ଲାଲ ରଙ୍ଗର କାରରେ ପୋଲିସ୍ ଥାନାକୁ ପହଞ୍ଚିଥିଲା ପୋଲିସକୁ କହିଥିଲା ଯେ ସେ ରୋଜଭିଲେ ସହରର ପ୍ଲେସର କାଉଣ୍ଟି ସ୍ଥିତ ଆପାର୍ଟମେଣ୍ଟରେ ୪ଜଣଙ୍କୁ ହତ୍ୟା କରିଥିଲା।
ସୂଚନା ଅନୁଯାୟୀ ସେ ଜଣେ ଡାଟା ବିଶେଷଜ୍ଞ ଏବଂ ଅନେକ କମ୍ପାନୀରେ କାମ କରିଛି। ରେକର୍ଡ଼ରୁ ଜଣା ପଡ଼ିଛି ଯେ ହଙ୍ଗୁଡ଼ ଉପରେ ୧୭୮,୬୦୩ ଡଲାରର ବକୈୟା ଥିଲା ।