ସିରିଏଲ କିଲର୍ ସାମୁଏଲ ଜେଲରେ ଆଖି ବୁଜିଲା, ୩୦ ବର୍ଷ ଧରି ଚଳାଇଥିଲା ଜଘନ୍ୟ ଅପରାଧ, ଭୋଗୁଥିଲା ୩ଟି ଆଜୀବନ ସଜ୍ଜା

Published By : Prameya-News7 Bureau | December 31, 2020 IST

ନ୍ୟୁୟର୍କ, ୩୧୧୨ଆମେରିକାର ସବୁଠାରୁ ଭୟଙ୍କର ସିରିଏଲ କିଲର ସାମୁଏଲ ଲିଟିଲ ୮୦ ବର୍ଷ ବୟସରେ ପ୍ରାଣ ହରାଇଛି । ସେ ୩୦ ବର୍ଷରେ ମୋଟ୍ ୯୩ଜଣ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ସାମୁଏଲ ଏତେ ଜଣଙ୍କୁ ହତ୍ୟା କରିଥିଲା ଯେଉଁମାନଙ୍କ ପରିଚୟ ଠାବ ପାଇଁ ପୋଲିସକୁ ବହୁ କସରତ କରିବାକୁ ପଡିଥିସା । ତେବେ ଲିଟିଲ୍ ହୃଦୟ ଓ ମଧୁମେହରେ ପୀଡିତ ଥିବା ପୋଲିସ ସୂଚନା ଦେଇଛନ୍ତି ।

ଲିଟିଲ ହତ୍ୟା ମାମଲାରେ ଦୋଷୀ ପ୍ରମାଣିତ ହେବା ପରେ ତାକୁ ଜେଲରେ ବନ୍ଦୀ କରାଯାଇଥିଲା ।  ବନ୍ଦୀ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲା । ପରେ ତାକୁ କାଲିଫର୍ଣ୍ଣିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଏହି ସେ ପ୍ରାଣ ହରାଇଛି ।

ପ୍ରଥମେ ଲିଟିଲକୁ ଜେରା ପରେ ସେ ହତ୍ୟା କରିନଥିବା କହୁଥିଲା । ୭୦୦ ଘଣ୍ଟା ଜେରା ପରେ ହତ୍ୟା ବାଦଦରେ ସେ ସୂଚନା ଦେଇଥିଲା । ସେ ହତ୍ୟା କରିବା ପରେ ମୃତକଙ୍କ ଫଟୋ ଆଙ୍କିବା ସହ ନାଁ ଲେଖୁଥିଲା । କେଉଁ ବର୍ଷ କେଉଁଠି ହତ୍ୟାକାଣ୍ଡ କରିଥିବା ସେନେଇ ସେ ସବିଶେଷ ତଥ୍ୟ ପୋଲିସକୁ ଦେଇଥିଲା । ୧୯୭୦ରୁ ୨୦୦୫ ମଧ୍ୟରେ ସେ ୯୩ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଅଧିକାଂଶ ହତ୍ୟା ସେ ଫ୍ଲୋରିଡା ଓ ଦକ୍ଷିଣ କାଲିଫର୍ଣ୍ଣିଆରେ କରିଥିବା ସେ ମାନିଥିଲା ।

ପୋଲିସର କହିବାନୁସାରେ, ୬୦ଟି ହତ୍ୟାକାଣ୍ଡର ପ୍ରମାଣ ରହିଛି । ଅନ୍ୟ ହତ୍ୟାକାଣ୍ଡ ମଧ୍ୟ ଲିଟିଲ୍ କରିଛି । ସେ ଅଧିକାଂଶ ଯୌନକର୍ମୀ, ନିଶାଶକ୍ତ ମହିଳା ଓ ଗରିବ ଯୁବତୀଙ୍କୁ ହତ୍ୟା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.