ଆମେରିକାର ଚକ୍ରବ୍ୟୁହରେ ଇରାନ୍ : ମଧ୍ୟପ୍ରାଚ୍ୟ ଓ ଆଖାପାଖର ୧୦୦ଘାଟିରେ ପ୍ରସ୍ତୁତ ଅଛନ୍ତି ଆମେରିକା ସେନା

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮।୦୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ପରିସ୍ଥିତି । ଗତ ଶୁକ୍ରବାର ଆମେରିକାର ଡ୍ରୋନ ଆକ୍ରମଣରେ ଇରାନ ସେନା କମାଣ୍ଡର କାସିମ୍‌ ସୁଲେମାନୀ ନିଧନ ହେବା ଦିନରୁ କୁହୁଳୁଛି ନିଆଁ । ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ଆମେରିକାକୁ ଅନ୍ଧାର କରିଦେବ ବୋଲି ଧମକ ଦେଇଥିବା ଇରାନ, ଗତକାଲି ରାତିରେ ଇରାକ ସ୍ଥିତ ଆମେରିକା ବାୟୁସେନା ଘାଟିରେ ଆକ୍ରମଣ କରିଛି । ଏଥିରେ ୮୦ରୁ ଅଧିକ ନିହତ ହୋଇଥିବା ତେହେରାନ ଦାବି କରୁଛି ।  ତେବେ ଇରାନର ଆକ୍ରମଣ ଉପରେ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହା ମଧ୍ୟ ସନ୍ଦେହ ହେଉଛି ଯେ, ଆମେରିକା ମଧ୍ୟ ଯୋରଦାର ଆକ୍ରମଣ କରିପାରେ । ଇରାନର ସୈନ୍ୟ କ୍ଷମତା ଠାରୁ ଆମେରିକାର ସୈନ୍ୟ କ୍ଷମତା ଢେର୍ ଅଧିକ ରହିଛି । ଯଦି ଯୁଦ୍ଧ ହୁଏ ତେବେ କିଛି ଦିନ ତଳେ ଶାନ୍ତ ଥିବା ମଧ୍ୟପ୍ରାଚୀର ପୁଣି ଅଶାନ୍ତ ହୋଇଯିବ ।  

{"id":208603,"sizeSlug":"large"}

କାରଣ ଇରାନ ଚାରିପଟେ ଆମେରିକାର ସାମରିକ ଶକ୍ତି ଘେରେଇ ହେଲାଭଳି ରହିଛି । ପୁରା ଚକ୍ରବ୍ୟୁହ ଭଳି ଅବସ୍ଥା । ମଧ୍ୟପ୍ରାଚ୍ୟ ଏବଂ ଆଖପାଖ ଦେଶରେ ୧୦୦ରୁ ଅଧିକ ଆମେରିକୀୟ ଘାଟି ରହିଛି । ସେସବୁ ଘାଟିରେ ଆମେରିକା ସେନା  ସହ ଯୁଦ୍ଧ ବିମାନ ରହିଛି । ତେବେ ଆସନ୍ତୁ ଜାଣିବା ବିଶ୍ବର ବିଭିନ୍ନ ସ୍ଥାନ ବିଶେଷ କରି ମଧ୍ୟପ୍ରାଚ୍ୟ ଓ ଏହାର ନିକଟରେ ଥିବା ଦେଶରେ କେତେ ଆମେରିକୀୟ ସେନା ଅଛନ୍ତି।

{"id":208604,"width":574,"height":382,"sizeSlug":"large"}

ଆମେରିକୀୟ  ରକ୍ଷା ମନ୍ତ୍ରାଳୟ ପେଣ୍ଟାଗନର ଏକ ରିପୋର୍ଟ ଅନୁସାରେ ଆମେରିକାର ମଧ୍ୟପ୍ରାଚ୍ୟକୁ ୧.୨୦ଲକ୍ଷ ଯବାନ ପଠାଇବାକୁ ଯୋଜନା କରୁଛି । ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ୩୫୦୦ ସେନା ମଧ୍ୟପ୍ରାଚୀର ଅଞ୍ଚଳକୁ ପଠାଇସାରିଛି । ଆମେରିକାର ସୈନ୍ୟ ବାହିନୀ ପୁରା ବିଶ୍ବରେ ରହିଛନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ  ଆମେରିକାର ପ୍ରାୟ ୮୦୦ ସୈନ୍ୟ ବେସ୍‌ ରହିଛି । ଆମେରିକାର ରକ୍ଷା ରଣନୀତି ନେଇ ବିଶ୍ବରେ ଏହିସବୁ  ବେସ୍‌  ରହିଛି । ଆବ୍ୟଶକ ପଡିବା ଦ୍ବାରା ଏହି ସବୁ ସୈନ୍ୟସ୍ଥଳରୁ ଆକ୍ରମଣ କରିବା ସହ ଗୋଇନ୍ଦା ଗିରି ପାଇଁ ତଥ୍ୟ ସଂଗ୍ରହ କରିଯାଇଥାଏ ।

{"id":208605,"sizeSlug":"large"}

ମଧ୍ୟପ୍ରାଚୀରରେ ଯଦି ଯୁଦ୍ଧ ହୁଏ, ତେବେ ମଧ୍ୟପ୍ରାଚୀର ଓ ଏହା ନିକଟରେ ଥିବା ମହାଦେଶରେ ଆମେରିକାର ୧୦୦ରୁ ଅଧିକ ସେନା ବେସ୍ ରହିଛି । ଏହି ସବୁ ସେନା ବେସ୍‌ରେ ପ୍ରାୟ ୭୦ହଜାରରୁ ଅଧିକ ସେନା ମୁତୟନ ରହିଛନ୍ତି । ଆମେରିକାର ସୈନ୍ୟ ବେସ, ବହରିନ, ଇରାକ୍, ଜୋର୍ଡାନ, ଓମାନ, କତାର, ସାଉଦି ଆରବ, ସିରିଆ, ତୁର୍କୀ,ୟୁଏଇ, ଆଫାଗାନିସ୍ତାନରେ ରହିଛି ।  ଏହି ସବୁ ସ୍ଥାନରେ ଥିବା ସୈନ୍ୟ ବେସ୍‌ ସାହାଯ୍ୟରେ ଆମେରିକା ନିଜର ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡିଛି ।  

{"id":208606,"width":583,"height":388,"sizeSlug":"large"}

ବହରିନରେ ଆମେରିକାର ପ୍ରାୟ ୭ହଜାର ସେନା ମୁତୟନ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକ ନୌସେନା ଅଧିକାରୀ ରହିଛନ୍ତି । ମଧ୍ୟପ୍ରାଚୀରରେ ସେଖ ଇସା ଏୟାର ବେସ୍‌ ଓ କଲିଫା ଇବନ ସଲମାନ ପୋର୍ଟରେ ଆମେରିକୀୟ ସେନା ମୁତୟନ ଅଛନ୍ତି । ଇରାକରେ ଆମେରିକାର ୫୨ହଜାର ସେନାବାହିନୀ ମୁତୟନ ଅଛନ୍ତି । ଇରାକରେ ଥିବା ଏହି ସବୁ ସେନାବାହିନୀଙ୍କୁ ଆତଙ୍କବାଦୀ ସଂଗଠନ ISIS ବିରୋଧରେ ଲଢେଇ ପାଇଁ ରଖାଯାଇଛନ୍ତି ।

{"id":208607,"width":569,"height":379,"sizeSlug":"large"}

ଜୋର୍ଡାନରେ ୨୭୯୫ ଆମେରିକୀୟ ଯବାନ ISIS ବିରୋଧରେ ଲଢେଇ ପାଇଁ ମୁତୟନ ସହ କ୍ଷେତ୍ରୀୟ ଅଞ୍ଚଳରେ ଶାନ୍ତିକୁ ବଜାୟ ରଖିବା ପାଇଁ ମୁତୟନ ଅଛନ୍ତି ।

{"id":208608,"width":579,"height":385,"sizeSlug":"large"}

କୁଏତରେ ପ୍ରାୟ ୧୩୦୦ ଆମେରିକା ଉପସ୍ଥିତ ରହିଛନ୍ତି । ଓମାନରେ ୧୯୮୦ ମସିହାରୁ ୨୦୦ ଆମେରିକୀୟ ଯବାନ ମୁତୟନ ଅଛନ୍ତି । ଏହି ସମସ୍ତ ସେନାବାହିନୀ ISIS ବିରୋଧରେ ଲଢେଇ ପାଇଁ ଡିୟୁର୍କ ନାମକ ଏକ ପୋର୍ଟରେ ମୁତୟନ ରହିଛନ୍ତି । କତର ଦେଶ ଆମେରିକାର ଏକ ପ୍ରମୁଖ ସହଯୋଗୀ ଭାବେ ଜଣାଯାଏ । ଏହି ଦେଶରେ ଆମେରିକା ପ୍ରାୟ ୧୩ହଜାରରୁ ଅଧିକ ଯବାନ ମୁତୟନ ରଖିଛି । ସମସ୍ତ ଯବାନ ଅଲ୍‌ ଅଦୀଦ ଏୟାର ବେସ୍‌ କ୍ୟାମ୍ପରେ ଅଛନ୍ତି । ସାଉଦ ଆରବ ଗତବର୍ଷ ୧୯ନଭେମ୍ବରରେ ଆମେରିକା ୩୦୦୦ ସେନା ପଠାଇଥିଲା ।

{"id":208609,"sizeSlug":"large"}

ସୁରକ୍ଷା କାରଣରୁ ସିରିଆରେ ଉପସ୍ଥିତ ଥିବା ସେନାଙ୍କ ସମ୍ପର୍କରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କିଛି ସୂଚନା ଦେଇନାହିଁ । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ପ୍ରାୟ ୨ହଜାର ସେନା ବାହିନୀ ମୁତୟନ ଅଛନ୍ତି । ତୁର୍କୀରେ ଆମେରିକାର ସୈନ୍ୟବାହିନୀଙ୍କ ସଂଖ୍ୟା ସ୍ପଷ୍ଟଭାବେ ଜଣାପଡିନାହିଁ ।  ସେହିପରି ୟୁଏଇର ଷ୍ଟେଟ ଅଫ ହୋମର୍ଜୁରେ ୫ହଜାର ସେନାବାହିନୀ ମୁତୟନ ଅଛନ୍ତି । ତେବେ ଏସିଆ ମହାଦେଶର ଆଫଗାନିସ୍ତାନରେ ଆମେରିକାର ୧୪ହଜାର ସେନା ମୁତୟନ ଅଛନ୍ତି । ଏହାବ୍ୟତୀତ ୮ହଜାର ନୋଟା ଯବାନ ମଧ୍ୟ ଅଛନ୍ତି ।

{"id":208610,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.