Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆମେରିକାରେ ହନ୍ତା ଭାଇରସର ଆତଙ୍କ, ଘର ସଫା କରୁଥିବାବେଳେ ମୂଷାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ମହିଳା

9/06/2021 at 1:01 PM

ଆମେରିକା ୯/୬: ଆମେରିକାରେ ଏବେ କରୋନା ମହାମାରୀ ପରେ ଦେଖାଦେଇଛି ହନ୍ତା ଭାଇରସ ଆତଙ୍କ । ଏହା ଏବେ ସସମ୍ତଙ୍କ ପାଇଁ ବଡ ଆହ୍ୱାନ ପାଲଟିଛି । ସୋମବାର, ଆମେରିକାର ମିଚିଗାନରେ ହନ୍ତାଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏଠାରେ ଜଣେ ମହିଳାଙ୍କର ହନ୍ତାଭାଇରସର ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିସିଗାନ୍ ରାଜ୍ୟ ୱାଶିଂଟନ୍ କାଉଣ୍ଟିରୁ ନଜର ଆସିଛି ଏହି ମାମଲା । କୁହାଯାଉଛି ଯେ ମହିଳା ଜଣକ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ଥିବା ଏକ ଖାଲି ଘର ସଫା କରୁଥିଲେ । ସେହି ସମୟ ମଧ୍ୟରେ ସେ କିଛି ମୂଷାଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ପରେ ହନ୍ତା ଭାଇରସର ଶିକାର ହୋଇଥିବା ତାଙ୍କଠାରେ ଲକ୍ଷଣଗୁଡିକ ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ହନ୍ତା ଭାଇରସ ମୂଷା ଦ୍ୱାରା ବିସ୍ତାର ହୋଇଥାଏ । ମୂଷାଙ୍କର ଲାଳ, ପରିସ୍ରା ଏବଂ ମୂଷାଙ୍କ ଦ୍ୱାରା ମଇଳାରୁ ଏହା ବ୍ୟାପିଥାଏ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆମେରିକାରେ ଏଭଳି ଘଟଣା ପ୍ରଥମ ଥର ନୁହେଁ, ୧୯୯୩ ମସିହାରୁ ଆମେରିକାର ହନ୍ତା ଭାଇରସ ଉପରେ ଅନୁସନ୍ଧାନ ଚାଲିଛି । ଅନେକ ଥର କିଛି ଲୋକ ମଧ୍ୟ ଏହାର ଶିକାର ବି ହୋଇଛନ୍ତି । ହେଲେ ବର୍ତ୍ତମାନ କରୋନା ଅବଧିରେ ଆମେରିକାରେ ଏହା ପ୍ରଥମ ଘଟଣା ।

   Related Posts