କରୋନା ଯୁଦ୍ଧରେ ‘ବ୍ରହ୍ମାସ୍ତ୍ର’ ହେବ ରେମଡେସିଭିର ! ବ୍ୟବହାର ପାଇଁ ଆମେରିକା FDA ଦେଲା ଅନୁମତି

Published By : Prameya-News7 Bureau | May 02, 2020 IST

ନ୍ୟୁୟର୍କ ୨।୫: ସାରା ବିଶ୍ବର ସଙ୍କଟ ପାଲଟିଥିବା କରୋନା ଭାଇରସ୍ ବିରୋଧୀ ଲଢେଇରେ ବ୍ରହ୍ମାସ୍ତ୍ର ହୋଇପାରେ । ରେମଡେସିଭିରର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ସକରାତ୍ମକ ଫଳାଫଳ ପରେ, ବର୍ତ୍ତମାନ ଏହି ଔଷଧ ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କରୋନା ରୋଗୀଙ୍କ ଚିକିତ୍ସା ସମୟରେ ଜରୁରୀକାଳୀନ ପରିସ୍ଥିତିରେ ରେମଡେସିଭିର ଔଷଧ ବ୍ୟବହାରକୁ ଅନୁମୋଦନ କରିଛି ।

ହ୍ବାଇଟ ହାଉସରେ ଏକ ଇଭେଣ୍ଟ FDA ମୁଖ୍ୟ ଷ୍ଟିଫାନ୍ ହାନ୍ କହିଛନ୍ତି, ‘ଆମେ ଗିଲିୟଡ୍ (ଫାର୍ମାସ୍ୟୁଟିକାଲ୍ କମ୍ପାନୀ)କୁ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ରେମଡେସିଭିର ଯୋଗାଇବା ପାଇଁ ଆବେଦନ କରିବାକୁ ଅଧିକୃତ କରିଛୁ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେମଡେସିଭିର ବ୍ୟବହାରକୁ ଏକ ସଠିକ୍ ମାର୍ଗ ବୋଲି କହିଛନ୍ତି ଏବଂ ବହୁତ ଆଶା ଅଛି ବୋଲି କହିଛନ୍ତି ।

ଗିଲିୟଡ୍ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଡାନିଏଲ୍ ଓ ଡେ ଘୋଷଣା କରିଛନ୍ତି ଯେ, କମ୍ପାନୀ ୧୦.୫୦ ଲକ୍ଷ ଔଷଧର ବୋତଲ ଦାନ କରିବାକୁ ନିଷ୍ପତ୍ତି ନେଇଛି । ସରକାରଙ୍କ ସହ କିପରି ସର୍ବଶ୍ରେଷ୍ଠ ସହଯୋଗ କରିପାରିବୁ ସେନେଇ ଆମେ କାମ କରିବୁ । ଗିଲିୟଡ୍ ଔଷଧ ଯୋଗାଣ ବୃଦ୍ଧି କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.