କରୋନା ସଙ୍କଟ ମଧ୍ୟରେ ଭାରତକୁ ସାହାଯ୍ୟ କଲା ଆମେରିକା, ପ୍ରଦାନ କଲା ୪୪୮ କୋଟି ଟଙ୍କା

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮|୦୪: କରୋନା ସଙ୍କଟ ମଧ୍ୟରେ ଆମେରିକା ଭାରତକୁ ସାହାଯ୍ୟ ପାଇଁ ହାତ ବଢାଇଛି । ଭାରତକୁ ୟୁଏସ କରୋନା ସଂକ୍ରମଣ ରୋକିବା ପାଇଁ ୫.୯ କୋଟି ଡଲାର ବା ୪୪୮ କୋଟି ଟଙ୍କା ପ୍ରଦାନ କରିଛି । ଭାରତ ଏହି ଅର୍ଥକୁ ଭାଇରସ ସଂକ୍ରମଣ କମ ଓ ଆପତକାଳୀନ ପ୍ରସ୍ତୁତିରେ ବ୍ୟବହାର କରିବ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

{"id":256061,"width":753,"height":421,"sizeSlug":"large"}

ଏହି ମାରାତ୍ମକ ଭାଇରସର ମୁକାବିଲା ପାଇଁ କରାଯାଉଥିବା ପ୍ରୟାସର ଉଦାହରଣ ଦେଇ ଆମେରିକା କହିଛି ଯେ, ଗତ ୨୦ ବର୍ଷରେ ଆମେରିକା ଭାରତକୁ ପ୍ରାୟ ୨୧,୨୮୦ କୋଟି ଟଙ୍କାର ସାହାଯ୍ୟ କରିଛି । ଯେଉଁଥିରେ ୧୦,୬୪୦ କୋଟି ହେଉଛି ସ୍ୱାସ୍ଥ୍ୟ ସହାୟତା । ଆମେରିକା ବୈଦେଶିକ ମନ୍ତ୍ରାଳୟ ଓ ଇଂଟରନ୍ୟାଶନାଲ ଡେଭଲେପମମେଣ୍ଟ ସଂସ୍ଥା ସ୍ୱାସ୍ଥ୍ୟ, ମାନବୀୟ ଓ ଆର୍ଥିକ ସହାୟତା ପାଇଁ୫୦ କୋଟି ଡଲାରରୁ ଅଧିକ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି ।

ଦକ୍ଷିଣ ଏସିଆରେ ଆମେରିକା କରୋନା ମୁକାବିଲା ପାଇଁ ଆଫଗାନିସ୍ତାନକୁ ୫୦ ଲକ୍ଷ ଡଲାର, ବାଂଲାଦେଶକୁ ୯୬ ଲକ୍ଷ ଡଲାର, ଭୁଟାନକୁ ୫୦ ଲକ୍ଷ ଡଲାର ଓ ନେପାଳକୁ ୧୮ ଲକ୍ଷ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.