ଜର୍ଜ ଫ୍ଲଏଡଙ୍କ ହତ୍ୟା ପରଠୁ ଥମୁନି ଦଙ୍ଗା, ମିନିପୋଲିସରେ ବନ୍ଧୁକଧାରୀର ଆତଙ୍କ, ୧୨ଜଣଙ୍କୁ କଲା ଗୁଳି

Published By : Prameya-News7 Bureau | June 21, 2020 IST

ଓ୍ୱାଶିଂଟନ, ୨୧|୦୬: ଆମେରିକାରେ ବର୍ଣ୍ଣବୈଷ୍ୟମତା ବିରୋଧରେ ଚାଲିଥିବା ହିଂସା ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହା ଅଧିକ ତୀବ୍ର ହେବାରେ ଲାଗିଛି । ଏହା ମଧ୍ୟରେ ଶନିବାର ନର୍ଥ ମିନିପୋଲିସରେ ଜଣେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ କରିଛନ୍ତି । ୧୨ଜଣ ସାଧାରଣ ଲୋକଙ୍କ ଦେହରେ ଗୁଳି ବାଜିଛି । ଏନେଇ ସ୍ଥାନୀୟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି । ଆମେରିକାରେ କଳା-ଗୋରା ବିଭେଦକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ଶନବାର ମଧ୍ୟରାତ୍ରରେ ହେନ୍ନିପିନର ଏସ-୨୯୦୦ ବ୍ଲକରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ । କିଛି ଲୋକ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମଧ୍ୟ ଏହି ସ୍ଥାନରୁ ଦୂରରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲା । ୧୨ଜଣଙ୍କ ଦେହରେ ଗୁଳି ବାଜିଥିଲା । ଏମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିନପୋଲିସରେ ଅଶ୍ୱେତ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଆମେରିକାର ମିନିସୋଟା ରାଜ୍ୟର ମିନିପୋଲିସକୁ ଏହି ବିରୋଧ ପ୍ରଦର୍ଶନର କେନ୍ଦ୍ର ବୋଲି କୁହାଯାଏ ।ଏଠାରେ ଗତ ମେ ୨୫ରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୋଏଡକୁ ଜଣେ ପୋଲିସ କର୍ମଚାରୀ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସର ଏତାଦୃଶ କାର୍ଯ୍ୟକଳାପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ବିରୋଧ ପ୍ରଦର୍ଶନ ଆମେରିକାର ସମସ୍ତ ସହରକୁ ବ୍ୟାପିଥ଼ିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.